ଅହମ୍ମଦାବାଦ ଟେଷ୍ଟର ଆଜି ଶେଷ ଦିନ, ୮୮ ରନ୍ ଆଗରେ ରହିିଛି ଟିମ ଇଣ୍ଡିଆ
ଅହମ୍ମଦାବାଦ ଟେଷ୍ଟର ଆଜି ଶେଷ ଦିନ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୮୮ ରନ୍ ଆଗରେ ରହିିଛି ଟିମ ଇଣ୍ଡିଆ । କୌଣସି ୱିକେଟ୍ ନହରାଇ ୩ ରନ୍ କରିଛି ଅଷ୍ଟ୍ରେଲିଆ । ପୂର୍ବରୁ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ପ୍ରଥମ ପାଳିରେ ୫୭୧ ରନ୍ କରି ୯୧ ରନ୍ର ଲିଡ୍ ହାସଲ କରିଛି । ବିରାଟ କୋହଲିଙ୍କ ଲଢୁଆ ଶତକୀୟ ବ୍ୟାଟିଂ ଦଳକୁ ମଜଭୁତ ସ୍ଥିତିରେ ଛିଡ଼ା କରିଛି ।

ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଆଜି ଚତୁର୍ଥ ଟେଷ୍ଟର ଶେଷ ଦିନ । ଏବେ ଟିମ ଇଣ୍ଡିଆ ମୁକାବିଲା ଜିତିବା ପାଇଁ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ପାଳିରେ ଅଲଆଉଟ କରିବାକୁ ଚାହିଁବ ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ପହଞ୍ଚି ସାରିଥିବା ବେଳେ ଭାରତକୁ ସିଧା ଫାଇନାଲ୍ ଟିକେଟ୍ ହାସଲ କରିବାକୁ ମ୍ୟାଚ୍ ଜିତିବାକୁ ହେବ । ଯଦି ଭାରତ ଚତୁର୍ଥ ଟେଷ୍ଟ ହାରିଯାଏ କିମ୍ବା ଡ୍ର ରୁହେ ତେବେ, ଭାରତର ଭାଗ୍ୟ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ଫଳାଫଳ ଉପରେ ନିର୍ଭର କରିବ ।.