ହକି ବିଶ୍ୱ କପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ, ସ୍ପେନ୍‌କୁ ପ୍ରଥମ କ୍ୱାର୍ଟରଫାଇନାଲ୍‌ରେ ହରାଇଲା କଙ୍ଗାରୁ ଦଳ

ଭୁବନେଶ୍ୱର : ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ଦଳ ହକି ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ ୨୦୨୩ରେ ଆଜି ପ୍ରଥମ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳା ଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଛି ।
ମ୍ୟାଚ୍‌ରେ ପ୍ରଥମରୁ ଅଷ୍ଟ୍ରେଲିଆ ପୂରା ଯୋଶ୍‌ ଦେଖାଇ ଖେଳିଥିଲା । ଏମିତିକି ୨-୦ରେ ଆଗୁଆ ମଧ୍ୟ ରହିଥିଲା । ହେଲେ ମ୍ୟାଚ୍‌କୁ ଫେରି ସ୍ପେନ୍‌ ଦୁଇଟି ଯାକ ଗୋଲ୍‌ ଶୁଝି ଦେବା ପରେ ସମାନ ଟକ୍କର ଦେଇଥିଲା । ଏହା ପରେ ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ଗୋଲ୍‌ ଦେଇ ପୁଣି ଆଗେଇ ଯାଇଥିଲ । ହେଲେ ପୁନର୍ବାର ସ୍ପେନ ଗୋଟିଏ ଗୋଲ୍‌ ସ୍କୋର କରି ୪-୩କୁ ଚାଲି ଆସିଥିଲା ।
ତେବେ ଭାଗ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଲା ଏବଂ ଅନ୍ତିମ କ୍ଷଣରେ ସ୍ପେନ୍‌ ଚେଷ୍ଟା କରି ମଧ୍ୟ ଆଉ ଗୋଲ୍‌ ଦେଇ ପାରିନଥିଲା । ଏହା ସହ ଅଷ୍ଟ୍ରେଲିଆ ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । ଦଳ ତରଫରୁ ହେଓ୍ଵାର୍ଡ଼ ଦୁଇଟି ଗୋଲ୍‌ ସ୍କୋର କରିଥିଲେ ।

ସ୍ପେନ୍‌କୁ ୪-୩ ଗୋଲ୍‌ରେ ହରାଇ ଅଷ୍ଟ୍ରେଲିଆ ହକି ବିଶ୍ୱକପ୍‌ ସେମିଫାଇନାଲ୍‌ରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.