ଆଜି ପଡିଆରେ କେନ୍‌ ଓ୍ଵିଲିୟମସନ- ଆରନ୍‌ ଫିଞ୍ଚ ଟିମ ଭିତରେ ହେବ ଜୋରଦାର ଟକ୍କର ! ଚାହିଁ ରହିଛନ୍ତି ପୁରା ବିଶ୍ୱ

କିଏ ନେବ ଟି- ଟ୍ୱେଣ୍ଟି ବିଶ୍ୱକପ ମୁକୁଟ । ଚାହିଁ ରହିଛନ୍ତି ବିଶ୍ୱବାସୀ ।କାହାର ହେବ ବିଶ୍ୱକପ କପ । କିଏ ହେବେ ରାଜା କିଵି ନା କଙ୍ଗାରୁ ଦଳ ଆଉ କିଛି ଘଣ୍ଟା ପରେ ଜଣା ପଡିଯିବ । ସୁପର ସଣ୍ଡେରେ ଟି-୨୦ ବିଶ୍ୱକପର ସୁପର ଫାଇଟ୍‌ । ଫାଇନାଲରେ ପରସ୍ପରକୁ ସାମ୍ନା କରିବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ । ମୁହାଁମୁହିଁ ହେବେ କେନ୍‌ ଓ୍ଵିଲିୟମସନ- ଆରନ୍‌ ଫିଞ୍ଚ । ବିଶ୍ୱ ଟି-୨୦ ର‍୍ୟାଙ୍କିଂରେ ନ୍ୟୁଜିଲାଣ୍ଡର ନମ୍ବର ୪, ଅଷ୍ଟ୍ରେଲିଆର ନମ୍ବର ୬ । କେହି କାହାଠାରୁ କମ୍‌ ନୁହନ୍ତି । ଦୁଇ ପାରମ୍ପରିକ ଟିମ୍‌ଙ୍କ ପାଖରେ ରହିଛି ପ୍ରଥମ ଟାଇଟଲ ଜିତିବାର ସୁଯୋଗ । ଉଭୟ ଟିମ ସେମିରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ଏଣ୍ଟି୍ ମାରିଛନ୍ତି ।

ରୋମାଞ୍ଚକର ସେସିଫାଇନାଲରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ଏବଂ ପାକସ୍ତାନକୁ ହରାଇ ଟାଇଟଲ ଲଢେଇରେ ସାମିଲ ହୋଇଛି କଙ୍ଗାରୁ ଦଳ । ୨୦୧୫ ମସିହା ଦିନିକିଆ ବିଶ୍ୱକପ ଫାଇନାଲରେ ଉଭୟ ଟିମ ମୁହାଁମୁହିଁ ହୋଇଥିଲେ । ସେ ସମୟରେ କଙ୍ଗାରୁ ଦଳ କିଓ୍ଵି ଟିମର ବିଶ୍ୱକପ ଜିତିବାର ସ୍ୱପ୍ନକୁ ଚୂରମାର କରିଥିଲା । ତେଣୁ ଏବେ ବଦଲା ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ନ୍ୟୁଜିଲାଣ୍ଡ । ଫାଇନାଲ ଲଢେଇରେ ଟସକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱକପର ଅଧିକାଂଶ ମ୍ୟାଚରେ ଟସ୍‌ ମ୍ୟାଚର ଭାଗ୍ୟ ନିର୍ଦ୍ଧାରଣ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.