ପର୍ଥ ଟେଷ୍ଟରେ ଟିମ୍‌ ଇଣ୍ଡିଆର ପରାଜୟ , ଅଷ୍ଟ୍ରେଲିଆଠାରୁ ୧୪୬ ରନ୍‌ରେ ପରାସ୍ତ

କେନ୍ୟୁଜ୍ : ପର୍ଥରେ ପରାଜୟ । ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେଲା ଟିମ୍‌ ଇଣ୍ଡିଆ । ୧୪୬ ରନ୍‌ରେ ହାରିଛି ଭାରତ । ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୨୮୭ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଅଷ୍ଟ୍ରେଲିଆ । ହେଲେ ପଞ୍ଚମ ଦିନରେ ଲଞ୍ଚ ପୂର୍ବରୁ ମାତ୍ର ୧୪୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି ଭାରତ । ଦଳ ପକ୍ଷରୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୨୬ ରନ୍‌ କରିଥିବା ବେଳେ ଭାରତ କରିଥିଲା ୨୮୩ ରନ୍‌ । ଶତକ ହାସଲ କରିଥିଲେ ଅଧିନାୟକ ବିରାଟ କୋହଲୀ ।

team18122018 ସେହିପରି ଦ୍ୱିତୀୟ ଇନିଂସରେ ୨୪୩ ରନ୍‌ କରି ଭାରତକୁ ୨୮୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ଦଳ । ଜବାବରେ ଭାରତ ମାତ୍ର ୧୪୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଅଷ୍ଟ୍ରେଲିଆର ଏହି ବିଜୟ ଫଳରେ ସିରିଜ୍‌ ୧-୧ରେ ବାରାବର ରହିଛି । ଆସନ୍ତା ୨୬ ତାରିଖରେ ମେଲବର୍ଣ୍ଣରେ ତୃତୀୟ ଟେଷ୍ଟ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like