ରବିବାର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡର ମୁକାବିଲା ହେବ ଅଷ୍ଟ୍ରେଲିଆ ସହ, ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା

ଦୁବାଇ : ଚଳିତ ଟି୨୦ ବିଶ୍ୱକପ୍ ଫାଇନାଲ୍ ଖେଳ ହେବ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପ୍ରବେଶ କରିଛି । ଆସନ୍ତା ରବିବାର ଦିନ ନ୍ୟୁଜିଲାଣ୍ଡ ସହ ଫାଇନାଲ୍ ମୁକାବିଲା କରିବ ଅଷ୍ଟ୍ରେଲିଆ ।

ଅଷ୍ଟ୍ରେଲିଆ ଆଗରେ ୧୭୭ ରନଜେ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ପାକିସ୍ତାନ ସ୍ପିନର ସାଦାବ ଖାନ ୪ ଓଭରରେ ୨୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ । ଫଳରେ ଵ୍ୟାକଫୁଟରେ ରହିଥିଲା ଅଷ୍ଟ୍ରେଲିଆ । ଲାଗୁଥିଲା କଙ୍ଗାରୁ ଦଳ ହାରିଯିବ । ଓପନର ଡେଭିଡ ୱାର୍ନର ୩୦ ବଲରେ ୪୯ ରନ କରିଥିଲେ । ତଥାପି ମାତ୍ର ୯୬ ରନରେ ଏହାର ୫ ଓ୍ଵିକେଟ୍ ପଡି ଯାଇଥିଲା । ଏତିକି ବେଳେ ମାର୍କସ ସ୍ତୋଇନିସ ଓ ମାଥୁ ୱେଡ଼ ଭୟଙ୍କର ଆକ୍ରମଣ ଆରମ୍ଭ କରିଥିଲେ । ଫଳରେ ଶେଷ ଦୁଇ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ମାତ୍ର ୨୨ ରନ ଦରକାର ହେଉଥିଲା । ତେବେ ୧୯ ଓଭରରେ ୱେଡ଼ଙ୍କ ୩ଟି ଛକା ଅଷ୍ଟ୍ରେଲିଆକୁ ସହଜରେ ଜିତାଇ ଦେଲା । ସ୍ତୋଇନିସ ୩୧ ବଲରେ ୪୦ ଏବଂ ୱେଡ଼ ୧୭ ବଲରେ ୪୧ ରନ କରିଛନ୍ତି ।

ଅଷ୍ଟ୍ରେଲିଆ ଠାରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ ଦଳ । ଦୁଇ ଓପ୍ନର ମହମ୍ମଦ ରିଜଓ୍ଵାନ ଏବଂ ଅଧିନାୟକ ବାବାର ଆଜମ ପ୍ରଥମ ଓ୍ଵିକେଟ୍‌ରେ ୧୦ ଓଭରରେ ୭୧ ରନ୍ ଯୋଡ଼ିଥିଲେ । ବାବର ୩୪ ବଲ୍‌ରେ ୩୯ ଏବଂ ରିଜଓ୍ଵାନ ୫୨ ବଲ୍‌ରେ ୬୭ ରନ୍ (୩ ଚୌକା, ୪ ଛକା) କରିଥିଲେ । ଏହାପରେ ଫକର ଜମନ ପାଳି ସମ୍ଭାଳି ଥିଲେ । ତେବେ ଆସଫ ଅଲୀ ଓ ଭେଟେରାନ ସୋଏବ ମଲ୍ଲିକ କିନ୍ତୁ ପୂରା ବିଫଳ ହୋଇଥିଲେ । ତେଣୁ ଶେଷ ଓଭର ବେଳକୁ ରନ୍ ହାର ପୂର୍ବ ଅପେକ୍ଷା କମି ଯାଇଥିଲା । ତେବେ ଫକର ଜମନଙ୍କ ଛକା ଯୋଗୁଁ ପାକିସ୍ତାନ ୪ ଓ୍ଵିକେଟ୍‌ରେ ୧୭୬ ରନ୍ କରିଥିଲା । ଜମନ ଅପରାଜିତ ୫୫ ରନ୍ କରିଥିଲେ । ସେ ୩୨ ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆ କେବଳ ଥରେ ରନର୍ସ ଅପ ହୋଇଥିବା ବେଳେ ପାକିସ୍ତାନ ଥରେ ଟି୨୦ ବିଶ୍ୱକପ ଜିତିଛି ।

 

SCORE-1

 

au_score

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.