ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଜିତିଲା ଅଷ୍ଟ୍ରେଲିଆ, ଲଗାତାର ତୃତୀୟ ଥର ପାଇଁ ଜିତିଲା ବିଶ୍ୱକପ

ପୁଣି ଥରେ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେଲା ଅଷ୍ଟ୍ରେଲିଆ। ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଛି । ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ଟି-୨୦ ଫର୍ମାଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ୍ ହୋଇଛି ।

ସାଉଥ ଆଫ୍ରିକା ସ୍ୱପ୍ନ ଭାଙ୍ଗିଲା ଅଷ୍ଟ୍ରେଲିଆ । ଆଉ ବାଜିମାରିନେଲା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ । ରବିବାର ଦିନ ନ୍ୟୁଜିଲାଣ୍ଡର କେପଟାଉନରେ ଖେଳାଯାଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ୬ଷ୍ଠ ଥର ପାଇଁ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଦଳ। ଅଷ୍ଟ୍ରେଲିଆ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୫୬ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ଦଳ ଏହାକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୭ ରନ୍ କରିପାରିଥିଲା।

ଫଳରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ କେପଟାଉନ୍ ନ୍ୟୁଜିଲାଣ୍ଡ ଷ୍ଟାଡିୟମରେ କଙ୍ଗାରୁ ଦଳ ୧୯ ରନ୍‌ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପୂର୍ବରୁ ୨୦୧୦, ୨୦୧୨, ୨୦୧୪, ୨୦୧୮ ଏବଂ ୨୦୨୦ରେ ବିଶ୍ୱକପ୍‌ ଜିତିସାରିଛି ।

ଦକ୍ଷିଣ ଆଫ୍ରିକା ପାଇଁ ପ୍ରାରମ୍ଭିକ ବ୍ୟାଟର ଲୌରା ଉଲ୍‌ଭର୍ଟ ସର୍ବାଧିକ ୬୧ ରନ୍ ସଂଗ୍ରହ କରିଥିଲେ। ସେ ୪୮ଟି ବଲ୍ ଖେଳି ୫ଟି ଚଉକା ଓ ୩ଟି ଛକା ମାରିଥିଲେ। ସେହିପରି କ୍ଲୋଏ ଟ୍ରାୟନ ୨୩ଟି ବଲ୍ ଖେଳି ୨ଟି ଚଉକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୫ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସବନିମ୍ ଇସମାଇଲ୍ ୨, ମାରିଜାନ୍ କାପ୍ ୨, କ୍ଲୋ ଟାଏନ୍ ୧, ନୋଙ୍କୁଲୁଲେକୋ ଏମ୍ବା ୧ ୱିକେଟ୍ ଦଖଲରେ ସଫଳ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍ ମୁନି ଅପରାଜିତ ରହି ୭୪ ରନ୍ କରିଥିଲେ। ସେ ୫୩ଟି ବଲ୍ ଖେଳି ୯ଟି ଚଉକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଆଲିସା ହେଲେ ୧୮ ରନ୍, ଆସ୍‌ଲେ ଗାର୍ଡନର ୨୯ ରନ୍ କରିଥିଲେ। ମେଗନ୍ ସ୍କଟ୍, ଆସଲେ ଗାର୍ଡନର, ଡାର୍ସି ବ୍ରାଉନ୍, ଜେସ୍ ୟୋନାସନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବେଥ୍ ମୁନି ଫାଇନାଲରେ ଏବଂ ଆସଲେ ଗାର୍ଡନର୍ (୧୧୦ ରନ୍, ୪ ୱିକେଟ୍) ବିଶ୍ୱକପରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.