ଟି୨୦ ବିଶ୍ୱକପ ୨୦୨୪: ବର୍ଷା ସାଜିଲା ବାଧକ, ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇଲା ଅଷ୍ଟ୍ରେଲିଆ

ଟି୨୦ ବିଶ୍ୱକପ ୨୦୨୪ରେ ଅଷ୍ଟ୍ରେଲିଆ ବାଂଲାଦେଶକୁ ଡିଏଲଏସ ନିୟମ ଅନୁସାରେ ୨୮ ରନରେ ହରାଇଛି । ସୁପର-୮ ପର୍ଯ୍ୟାୟ ମ୍ୟାଚରେ ବର୍ଷା ଯୋଗୁଁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା । ଯାହା ପରେ ଡିଏଲଏସ ନିୟମ ଅନୁସାରେ ମ୍ୟାଚ ଅଷ୍ଟ୍ରେଲିଆ ଜିତିଛି ।
ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୪୦ ରନ୍ କରିଥିଲା । ଟିମର ଅଧିନାୟକ ଶାଣ୍ଟୋ ୩୬ ବଲରେ ୪୧ ରନ କରିଥିଲେ । ଏଥିରେ ୫ଟି ଚଉକା ଏବଂ ୧ ଛକା ମାରିଥିଲେ । ଏହି ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିବାର ମାତ୍ର ୨ ଓଭରରେ ବର୍ଷା ହୋଇଥିଲା । ୭ ଓଭର ସମୟ ପର୍ଯ୍ୟନ୍ତ ବର୍ଷା ହୋଇଥିଲା । କିନ୍ତୁ ବର୍ଷା ଥମିବା ପରେ ବର୍ଷା ଆରମ୍ଭ ହୋଇଥିଲା । ୬.୨ ଓଭରରେ ଅଷ୍ଟ୍ରେଲିଆ ବିନା କୌଣସି ଓ୍ଵିକେଟ ହରାଇ ୬୪ ରନ କରିଥିଲେ ।
ପୁଣି ଥରେ ୧୨ ଓଭରରେ ବର୍ଷା ଯୋଗୁଁ ମ୍ୟାଚ ବନ୍ଦ ହୋଇଥିଲା । ଏଥିପାଇଁ ଅଷ୍ଟ୍ରେଲିଆ ୧୧.୨ ଓଭରରେ ୧୦୦/୨ ରନ୍ କରିଥିଲା । ଏହାପରେ ବର୍ଷା ବନ୍ଦ ହୋଇନଥିଲା । ତେଣୁ ଅଷ୍ଟ୍ରେଲିଆ ଡିଏଲଏସ ନିୟମ ଅନୁସାରେ ୨୮ ରନରେ ମ୍ୟାଚ ଜିତିଯାଇଥିଲା ।
ବାଂଲାଦେଶ ବୋଲର ବେଶ କିଛି କମାଲ କରିପାରିନଥିଲେ । କେବଳ ବାଂଲାଦେଶର ସ୍ପିନର ରିଶଦ ହୁସୈନ ୨ଟି ଓ୍ଵିକେଟ ନେଇଥିଲେ । ଟ୍ରେଭିସ ହେଡ ଏବଂ ଅଧିନାୟକ ମିଚେଲ ମାର୍ଶଙ୍କୁ ଆଉଟ୍ କରିଥିଲେ ।
ସେହିପରି ସୁପର-୮ ପର୍ଯ୍ୟାୟରେ ଭାରତ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଛି । ୧୮୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ୧୩୪ ରନ୍ ରେ ଅଲ୍ଆଉଟ୍ ହୋଇଛି । ବାରବାଡୋସରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୧୮୧ ରନ୍ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଘାତକ ବୋଲିଂ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୨୮ଟି ବଲ୍ ରୁ ସର୍ବାଧିକ ୫୩ ରନ୍ କରିଥିଲେ ।
ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୨, ବିରାଟ କୋହଲି ୨୪ ଓ ଋଷଭ ପନ୍ତ ୨୦ ରନ୍ କରିଥିଲେ । ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୦ ଓଭରରେ ୧୩୪ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ବୁମରା ଓ ଅର୍ଶଦୀପ ସିଂହ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ ।