ଏହି ପ୍ରସିଦ୍ଧ କ୍ରିକେଟରଙ୍କ ହଠାତ୍ ଦେହାନ୍ତ, କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଛାୟା

କ୍ରିକେଟ ଜଗତରେ ଖେଳି ଯାଇଛି ଶୋକର ଛାୟା। କାହିକିଁନା ଆଜି ଆଉ ନାହାନ୍ତି ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳୀ ରଡ୍ ମାର୍ଶ। ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ତିନି ଶତକରେ ସେ ୩୬୩୩ ରନ୍ ସଂଗ୍ରହ କରିଛନ୍ତି। ଇଂଲଣ୍ଡରେ ସର୍ବାଧିକ ଟି ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିବା ଏହି ଖେଳାଳି ହେଉଛନ୍ତି ତୃତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍। ଏହି ବ୍ୟାଟର ୯୨ ୱାନ୍ ଡେ’ ରେ ମ୍ୟାଚରେ ୧୨୪ ୱିକେଟ୍ ନେଇ ୧୨୨୫ ରନ୍ ହାସଲ କରିଥିଲେ। ତାଙ୍କ ନିଧନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ଖବର। କାରଣ କ୍ରିକେଟ ପ୍ରେମୀ ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଛନ୍ତି।

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ୱିକେଟ୍ କିପର ବ୍ୟାଟର ରଡ୍ ମାର୍ଶଙ୍କ ୭୪ ବର୍ଷରେ ଦେହାନ୍ତ ହୋଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ (CA) ଏହି ସୂଚନା ଦେଇଛନ୍ତି। ରଡ ମାର୍ଶଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି। ସୂଚନା ଅନୁଯାୟୀ ସେ କୋମାରେ ଥିଲେ।
ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁଣ୍ଡାବର୍ଗ ଯାଇଥିଲେ ରୋଡ୍ ମାର୍ଶ। ହାର୍ଟ ଆଟାକ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଡିଲେଡର ଏକ ଡାକ୍ତରଖାନାରେ ରଡ୍ ମାର୍ଶଙ୍କର ମୃତ୍ୟୁ ହୋଇଥିଲା। ସେ ଅଷ୍ଟ୍ରେଲିଆ ପାଇଁ ୧୯୭୦ ରୁ ୧୯୮୪ ମଧ୍ୟରେ ୯୬ ଟେଷ୍ଟ ଖେଳିଛନ୍ତି । ତାଙ୍କର ତିନିଟି ସନ୍ତାନ ଏବଂ ପତ୍ନୀଙ୍କ ସହ ସେ ରହୁଥିଲେ। ତାଙ୍କର ଏପରି ହଠାତ୍ ମୃତ୍ୟୁ ହେବା ପରିବାର ଲୋକଙ୍କୁ ଭାଙ୍ଗିଦେଇଛି।