ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ : ପ୍ରଥମ ପାଳିରେ ୪୬୯ ରନ୍ କରି ଅଲ୍ଆଉଟ୍ ହେଲା ଅଷ୍ଟ୍ରେଲିଆ
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଦଳ ୪୬୯ ରନ୍ କରି ପ୍ରଥମ ଇନିଂସ୍ ଶେଷ କରିଛି ।
ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଦଳ ୪୬୯ ରନ୍ କରି ପ୍ରଥମ ଇନିଂସ୍ ଶେଷ କରିଛି । ୧୨୧.୩ ଓଭର ଖେଳି ସମସ୍ତ ଓ୍ଵିକେଟ୍ ବିନିମୟରେ ଭାରତ ବିପକ୍ଷରେ ଏହି ବିଶାଳ ସ୍କୋର କରିଛି କଙ୍ଗାରୁ ଦଳ । ଭାରତ ପକ୍ଷରୁ ଯୁବ ପେସ୍ ବୋଲର ମହମ୍ମଦ ସିରାଜ ୧୦୮ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି । ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ୨ଟି ଲେଖାଏଁ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି ।
ଅଷ୍ଟ୍ରେଲିଆ ତରଫରୁ ଡେଭିଡ୍ ଓ୍ଵରର୍ଣ୍ଣର ୪୩, ଟ୍ରାଭିସ ହେଡ୍ ୧୬୩, ଷ୍ଟିଭ୍ ସ୍ମିଥ୍ ୧୨୧ ଏବଂ ଓ୍ଵିକେଟ୍ କିପର ଆଲେକ୍ସ କ୍ୟାରୀ ୪୮ ରନ୍ ସ୍କୋର କରିଛନ୍ତି । ଏବେ ଭାରତ ପାଇଁ ଏହି ପିଚ୍ରେ ଅଷ୍ଟେଳଇଆକୁ ଟକ୍କର ଦେବା ଏକ ବଡ଼ ଚ୍ୟାଲେଞ୍ଜ ହେବ ।