ମେଲବୋର୍ଣ୍ଣ ଟେଷ୍ଟ : ଚାରିଟି ଅର୍ଦ୍ଧଶତକ ବଳରେ ଭାରତ ବିପକ୍ଷରେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ : ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଅଷ୍ଟ୍ରେଲିଆ ଦଳ କରିଛି ୬ ୱିକେଟରେ ୩୧୧ ରନ୍ । ପ୍ରଥମ ଓ ଦ୍ବିତୀୟ ଭାଗର ଖେଳ ଅଷ୍ଟ୍ରେଲିଆ ଅଧିନରେ ରହିଥିବା ବେଳେ ଶେଷ ଭାଗରେ ଭାରତୀୟ ବୋଲର ପ୍ରତ୍ୟାବର୍ତ୍ତନ କରିଥିଲେ । ବିଶେଷ କରି ବୁମରାଙ୍କ ଆକ୍ରମଣ ଘାଇଲା କରିଥିଲା ଘରୋଇ ଦଳର ବ୍ୟାଟରଙ୍କୁ ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ସାମ କୋନଷ୍ଟାସ ଏବଂ ଉସମାନ୍ ଖ୍ବାଜା ବଢ଼ିଆ ବ୍ୟାଟିଂ କରି ପ୍ରଥମ ୱିକେଟରେ ୮୯ ରନ୍ ସଂଗ୍ରହ କରିଥିଲେ । ଖ୍ବାଜା ୫୭ ଏବଂ କୋନଷ୍ଟାସ ୬୦ ରନ୍ କରି ଆଉଟ୍ ହୋଇଥିଲେ । ପରେ ମାରନସ୍ ଲାବୁସେନ୍ ୭୨ ଏବଂ ଷ୍ଟିଭ  କ୍ୟାରୀ ୩୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଷ୍ଟିଭେନ୍ ସ୍ମିଥ ଧୈର୍ଯ୍ୟର ସହ ଖେଳି ୬୮ ରନ୍ କରି ଅପରାଜିତ ରହିଛନ୍ତି ।

ଭାରତୀୟ ଦଳ ପାଇଁ ମଝିରେ ଖୁସି ଆଣି ଦେଇଥିଲେ ବୁମରା । ସେ ଖତରନାକ ବ୍ୟାଟର ଟ୍ରାଭିସ ହେଡଙ୍କୁ ଖାତା ଖୋଲିବା ପୂର୍ବରୁ ବୋଲଡ କରି ଦେଇଥିଲେ । ସେହିପରି ମିଚେଲ ମାର୍ଶ ୪ ରନ୍ କରି ଆଉଟ୍ ହୋଇଥିଲେ । ବୁମରା ୭୫ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ରବୀନ୍ଦ୍ର ଜାଡେଜା, ଆକାଶଦୀପ ଏବଂ ୱାଶଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି ।

 

ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୩୧୧/୬