କ୍ୟାପଟେନ ହେବା ପରେ ବାବର ଆଜମଙ୍କୁ ଲାଗିଲା ବଡ ଝଟକା, ମିଳିଲା ନାହିଁ ଟିମ୍ ଚୟନ କରିବାର ଅନୁମତି !

ପାକିସ୍ତାନର ଟିମ ଅଷ୍ଟ୍ରଲିୟା ଗସ୍ତରେ ପହଁଚିସାରିଲେଣି। ପୂରା ଟିମ ସିଡନୀରେ ପାଦ ରଖି ସାରିଛି। ପାକିସ୍ତାନ ଅଷ୍ଟ୍ରେଲିୟା ଗସ୍ତ ପୂର୍ବରୁ ନିଜ ଟିମର ବଡ ପରିବର୍ତ୍ତନ କରିଛି। ଟିମ ନିଜର ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମକୁ ଅଧିନାୟକ ଦାୟିତ୍ୱ ଦେଇଛି। କିନ୍ତୁ ଅଧିନାୟକ ଦାୟିତ୍ୱ ମିଳିବା ପୂର୍ବରୁ ବାବର ଆଜମଙ୍କୁ ବଡ ଝଟକା ଲାଗିଛି। ଏହି ଝଟକା ତାଙ୍କୁ ଆଉ କେହି ନୁହେଁ ବରଂ ନଜେ ପାକିସ୍ତାନ କ୍ରିକେଟ ବୋର୍ଡ ହିଁ ଦେଇଛି।

ପିସିବି ଟିମ ଚୟନ ପାଇଁ ଦେଲା ନାହିଁ ଅନୁମତି

ଖବର ମୁତାବକ ପାକିସ୍ତାନର ନୂଆ ଟି୨୦ କ୍ୟାପଟେନ ବାବର ଆଜମ ଅଷ୍ଟ୍ରେଲିୟା ଗସ୍ତରେ ମହମ୍ମଦ ହଫିଜ୍ ଏବଂ ସୋୟେବ ମଲିକଙ୍କୁ ଟିମରେ ରଖିବାକୁ ଚାହୁଁଥିଲେ କିନ୍ତୁ ପିସିବି ତାଙ୍କର ଏହି ନିଷ୍ପତ୍ତିକୁ ଖାରଜ କରିଦେଲା। ପିସିବି ହଫିଜ୍ ଏବଂ ମଲିକଙ୍କୁ ଟିମରେ ନ ରଖିବାକୁ ପରାମର୍ଶ ଦେଇଛି। ଏହାପରେ ଏହି କଥା ଉପରେ ଯୁକ୍ତି ହେଲା ଯେ ମୁଖ୍ୟ କୋଚ୍ ଏବଂ ଅଧିନାୟକଙ୍କର ଏଥିରେ କେତେ ଅଧିକାର ଅଛି। ବାବର କହିଲେ ଯେ ମୁଁ ଚାହୁଁଥିଲି ଯେ ଟିମରେ କିଛି ସିନିୟସଙ୍କ ଆବଶ୍ୟକତା ରହିଛି।

ଏହାସହ ପଢନ୍ତୁ : ସମୟ ମିଳିଲେ ଆଜି ବି ପିତାଙ୍କ ସହ କ୍ଷେତରେ କାମ କରନ୍ତି ଭାରତୀୟ କ୍ରିକେଟ ଟିମର ଏହି ସୁପରଷ୍ଟାର ବୋଲର, ଦିନେ ହେବାକୁ…

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାକିସ୍ତାନ ଟିମ ଅଷ୍ଟ୍ରଲିୟାରେ ତିନିଟି ଟି୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହାପରେ ୨୧ ନଭେମ୍ବରରେ ବ୍ରେସବେନରେ ପ୍ରଥମ ଟେଷ୍ଟ ହେବ ଏବଂ ସିରିଜର ଶେଷ ଟେଷ୍ଟ ଏଡିଲେଡରେ ୨୯ ନଭେମ୍ବରରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଡେ-ନାଇଟରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.