ଅଧୁରା ରହିଗଲା ଭାରତର ତୃତୀୟ ବିଶ୍ୱକପ୍ ବିଜୟ ସ୍ୱପ୍ନ, ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିଅନ୍
କୋଟି ହୃଦୟ ଭାଙ୍ଗି ଅଷ୍ଟ୍ରେଲିଆ ଜିତିନେଲା ବିଶ୍ୱକପ୍ । ବ୍ୟାଟିଂ ଫେଲ୍ ମାରିଲା । ମାତ୍ର ୨୪୦ ରନ୍ କଲା ଭାରତୀୟ ଦଳ । ଆରମ୍ଭରୁ ଭଲ କରିବା ପରେ ଆଜି ବୋଲିଂ ବି କାମ ଦେଲାନି ।
ଅହମଦାବାଦ : କୋଟି ହୃଦୟ ଭାଙ୍ଗି ଅଷ୍ଟ୍ରେଲିଆ ଜିତିନେଲା ବିଶ୍ୱକପ୍ । ବ୍ୟାଟିଂ ଫେଲ୍ ମାରିଲା । ମାତ୍ର ୨୪୦ ରନ୍ କଲା ଭାରତୀୟ ଦଳ । ଆରମ୍ଭରୁ ଭଲ କରିବା ପରେ ଆଜି ବୋଲିଂ ବି କାମ ଦେଲାନି । ଆଉ ଭାରତର ତୃତୀୟ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଗଲା । ଲଗାତର ୧୦ଟି ମ୍ୟାଚ୍ ଜିତିବା ପରେ ଫାଇନାଲରେ ଆଜି ୬ ଓ୍ଵିକେଟରେ ହାରିଗଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ଷଷ୍ଠଥର ପାଇଁ ବିଶ୍ୱକପ୍ ଜିତି ନିଜ ରେକର୍ଡ଼କୁ ଆଗକୁ ବଢ଼ାଇଛି ।
ପୂରା ପେସାଦାରଙ୍କ ଭଳି ଖେଳିଲା କଙ୍ଗାରୁ ଦଳ । ୨୪୧ ରନ୍ର ବିଜୟଲକ୍ଷ୍ୟ ନେଇ ୪୭ ରନ୍ରେ ପ୍ରଥମ ୩ଟି ଓ୍ଵିକେଟ୍ ହରାଇଥିଲା । ସାମି ଓ ବୁମରା ଭାରତକୁ ସଫଳତା ଦେଇଥିଲେ । ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା । ହେଲେ ଏହାପରେ ଲାବୁସେନ୍ ଓ ଟ୍ରାଭିସ୍ ହେଡ୍ଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଭାଗ୍ୟ ବଦଳାଇ ଦେଇଥିଲେ । ହେଡ୍ ୯୫ ବଲ୍ରେ ଶତକ ହାସଲ କରିଥିଲେ । ଏହି ଯୋଡ଼ିକୁ ଭାରତୀୟ ବୋଲର ଭାଙ୍ଗିଲା ବେଳକୁ ସବୁ କିଛି ସରି ଯାଇଥିଲା । ୧୨୦ ବଲରେ ୧୩୭ ରନ୍ କରି ଆଉଟ୍ ହୋଇଥିଲେ । ଲାବୁସେନ୍ ୬୬ ରନ୍ କରି ଅପରାଜିତ ରହିଥିଲେ ।
ସ୍କୋର : ଭାରତ-୨୪୦/୧୦ (୫୦ ଓଭର) ଅଷ୍ଟ୍ରେଲିଆ-୨୪୧/୪ (୪୩ ଓଭର)