ହକି ବିଶ୍ୱକପ୍ : ଇଂଲଣ୍ଡକୁ ୮-୧ ଗୋଲ୍ରେ ହରାଇ ବ୍ରୋଞ୍ଜ୍ ପଦକ ଜିତିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (କେ ନ୍ୟୁଜ୍) : ନିଜ ଠାରୁ ଅନେକ ଦୁର୍ବଳ ଦଳ ଇଂଲଣ୍ଡକୁ ହରାଇ ଚତୁର୍ଦ୍ଦଶ ହକି ବିଶ୍ୱ କପ୍ରେ ବ୍ରୋଞ୍ଜ୍ ପଦକ ଜିତିଛି ଗତଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳ । ଆଜି ଅପରାହ୍ନରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ମନଇଚ୍ଛା ଗୋଲ୍ କରି ୮-୧ରେ ବିଜୟୀ ହୋଇଛି ।
ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ଜାହିର କରି କଙ୍ଗାରୁ ଦଳ ୩ଟି ଗୋଲ୍ ସ୍କୋର କରିଥିଲା । ବ୍ଲାକ୍ ଗୋଭର୍ସ ୮ ମିନିଟ୍ରେ ଏବଂ ୯ ଓ ୧୯ ମିନିଟ୍ରେ ଟମ୍ କ୍ରେଗ୍ ୨ଟି ଗୋଲ୍ କରିଥିଲେ ।
ମଧ୍ୟାନ୍ତର ପରେ ମଧ୍ୟ ଅଷ୍ଟ୍ରେଲିଆ ଦଳର ଗୋଲ୍ ବର୍ଷା ଜାରି ରହିଥିଲା । ତୃତୀୟ କ୍ୱାର୍ଟରର ଖେଳ ଆରମ୍ଭ ହେଉ ହେଉ ଗୋଟିଏ ମିନିଟ୍ ଭିତରେ ଟ୍ରେଣ୍ଟ ମିଟନ୍ ଗୋଲ୍ ବ୍ୟବଧାନକୁ ୪-୦ରେ ପରିଣତ କରିଥିଲେ । ପୁଣି ୩୩ ଓ ୩୪ ମିନିଟ୍ରେ ଟିମ୍ ବ୍ରାଣ୍ଡ ଲଗାତର ୨ଟି ଗୋଲ୍ କରିଥିଲେ । ତେବେ ୪୪ ମିନିଟ୍ରେ ଇଂଲଣ୍ଡ ପକ୍ଷରୁ ବେରୀ ମିଡିଲଟନ୍ ଗୋଟିଏ ଗୋଲ୍ ଦେବାରୁ ବ୍ୟବଧାନ କମିଥିଲା । ତୃତୀୟ କ୍ୱାର୍ଟର ଖେଳ ଶେଷ ବେଳକୁ ସ୍କୋର ଥିଲା ୬-୧ ।
ଶେଷ କ୍ୱାର୍ଟରରେ ଉଭୟ ଦଳ କିଛି ସମୟ ବଳ କଷାକଷି ହୋଇଥିଲେ । ତେବେ ଶେଷ ଭାଗରେ ଜେରେମି ହେଓ୍ଵାର୍ଡ଼ ଅଷ୍ଟ୍ରେଲିଆ ପକ୍ଷରୁ ଲଗାତର ଦୁଇଟି ଗୋଲ୍ ସ୍କୋର କରି ୮-୧ରେ ବିଜୟୀ କରାଇଥିଲେ ।
ସନ୍ଧ୍ୟା ୭ଟାରେ ଫାଇନାଲ୍ ମ୍ୟାଚ୍ ନେଦରଲାଣ୍ଡସ ଓ ବେଲଜିୟମ ମଧ୍ୟରେ ଖେଳାଯିବ ।
📽️ | Despite the loss yesterday, @AranZalewski feels the team was determined to make an impact tonight. Hope you enjoyed playing in Bhubaneswar, Aran!#HWC2018 #Odisha2018 pic.twitter.com/bbTtmPemd6
— Hockey World Cup 2018 – Host Partner (@sports_odisha) December 16, 2018
📽️ | Today was my day and I happened ro be in the right spots, says Tom Craig. He feels @GoversBlake and @jeremy_ndh
played key roles for @Kookaburras#HWC2018 #Odisha2018 pic.twitter.com/kjaj7ol1oC— Hockey World Cup 2018 – Host Partner (@sports_odisha) December 16, 2018