ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଉସମାନ ଖ୍ଵାଜାଙ୍କ ଭାଇକୁ ଗିରଫ କଲା ପୋଲିସ୍‌, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବର୍ଣ୍ଣ : ଭାରତ ସହ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ର ପ୍ରମୁଖ ଖେଳାଳି ଉସମାନ ଖ୍ଵାଜାଙ୍କ ଭାଇ ଗିରଫ ହୋଇଛନ୍ତି । ଯାହା ଉସମାନଙ୍କ ସମେତ ତାଙ୍କ ସାରା ପରିବାରକୁ ଝଟ୍‌କା ଦେଇଛି । ଉସମାନଙ୍କ ଭାଇ ଅର୍ସଲାନ୍‌ ଖ୍ଵାଜା ଏକ ମିଥ୍ୟା ଷଡ଼ଯନ୍ତ୍ର ରଚନା କରିଥିଲେ । ଯାହାଫଳରେ ଶ୍ରୀଲଙ୍କାର ଜଣେ ଛାତ୍ର ଅଷ୍ଟ୍ରେଲିଆର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ନବୁଲଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ଠାରୁ ମିଳିଥିବା ଏକ ନୋଟ୍‌ବୁକ୍‌ର ଲେଖାକୁ ଆଧାର କରି ପୋଲିସ୍‌ ତାଙ୍କୁ ଗିରଫ କରିଥିଲା ।


ପରେ ଜଣାପଡ଼ିଛି ଯେ ଶ୍ରୀଲଙ୍କାର ସେହି ଛାତ୍ର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ ଏବଂ ଜଣେ ମହିଳାଙ୍କ କଥାରେ ପଡ଼ି ଅର୍ସଲାନ୍‌ ଖ୍ଵାଜା ଏକ ନୋଟ୍‌ବୁକ୍‌ରେ ହତ୍ୟା ଷଡ଼ଯନ୍ତ୍ର କଥା ଲେଖି ଛାତ୍ର ଜଣଙ୍କୁ ଫସାଇଥିଲେ ।ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି ।
ଘଟଣା ମିଛ ବୋଲି ଜଣାପଡ଼ିବାରୁ ଶ୍ରୀଲଙ୍କା ଛାତ୍ରଙ୍କୁ ପୋଲିସ୍‌ ଛାଡ଼ି ଦେଇଥିଲା । ସେ ନିଜ ଦେଶକୁ ଫେରି ଯାଇଛନ୍ତି । ତାଙ୍କୁ ଫସାଇବାରେ ଅର୍ସଲାନଙ୍କ ହାତ ଥିବା ଜଣାପଡ଼ିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି । ଅର୍ସଲାନ୍‌ଙ୍କୁ ଆଜି ଗିରଫ କରି ପୋଲିସ୍‌ ଜେରା କରୁଛି । ସେପଟେ ସଂପୃକ୍ତ ଛାତ୍ର ଜଣକ ଏବେ ଅଷ୍ଟ୍ରେଲିଆ ପୋଲିସ୍‌ ବିରୋଧରେ କ୍ଷତିପୂରଣ ଦାବି କରିବାକୁ ଯାଉଛନ୍ତି ।
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଉସମାନ କହିଛନ୍ତି ଯେ ଏହା ତାଙ୍କ ପରିବାର ଭିତର କଥା । ଯାହାକୁ ଗଣମାଧ୍ୟମ ସମେତ ସମସ୍ତେ ସମ୍ମାନ ଦେବା ଉଚିତ ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

14 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

23 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

31 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

48 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago