ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ

କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ ନିଧନ ହୋଇଛି। ରିପୋର୍ଟ ଅନୁସାରେ ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡକୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା ।

ଆଣ୍ଡ୍ରୁ ସାଇମଣ୍ଡଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ରିପୋର୍ଟ ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦:୩୦ ସମୟରେ ହର୍ଭି ରେଞ୍ଜରେ ଏହି ଘଟଣା ଘଟିଥିବା କୁଇନ୍ସଲାଣ୍ଡ ପୋଲିସ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କାରଟି ଦ୍ରୁତ ଗତିରେ ରାସ୍ତାରେ ଓଲଟି ପଡିଥିଲା ସେଥିରେ ଆଣ୍ଡ୍ରୁ ସାଇମଣ୍ଡ ବସିଥିଲେ। ଏଲିସ୍ ନଦୀ ଉପରେ ଥିବା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଆଣ୍ଡ୍ରୁ ସାଇମଣ୍ଡକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଖାନାର ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।

ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ଆଡାମ ଗିଲକ୍ରିଷ୍ଟ ୪୬ ବର୍ଷିୟ ଆଣ୍ଡ୍ରୁ ସାଇମଣ୍ଡଙ୍କ ମୃତ୍ୟୁକୁ ନେଇ ଏକ ଟ୍ୱିଟ ମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଆଣ୍ଡ୍ରୁ ସାଇମଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

Leave A Reply

Your email address will not be published.