ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍

hockyନୂଆଦିଲ୍ଲୀ: କଡ଼ା ସଂଘର୍ଷ କରି ସୁଟ୍ ଆଉଟରେ ହାରିଗଲା ଭାରତ। ପୁରୁଷ ହକି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ୩-୧ ଗୋଲରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ୧୫ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଅଷ୍ଟ୍ରେଲିଆ। ତମାମ ମ୍ୟାଚ୍ ଥିଲା ସଂଘର୍ଷପୂର୍ଣ୍ଣ। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ୧-୧ରେ ବରାବର ଥିଲେ। ମ୍ୟାଚର ୨୪ ମିନିଟରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ କରିଥିଲା।

hocky୪୨ ମିନିଟରେ ବିବେକ ପ୍ରସାଦଙ୍କ ଗୋଲରେ ଭାରତ ଏହାର ପରିଶୋଧ କରିଥିଲା। ଶେଷ ପର୍ୟ୍ୟନ୍ତ ବରାବର ଥିଲା ଲଢେଇ। ଶେଷରେ ସୁଟ୍ ଆଉଟରେ ନିର୍ଦ୍ଧାରଣ ହୋଇଥିଲା ଜୟ ପରାଜୟ। ୩-୧ ଗୋଲରେ ହରାଇ ଟାଇଟଲ୍ କବଜା କରିଥିଲା ଅଷ୍ଟ୍ରେଲିଆ। ପୂର୍ବରୁ ୨୦୧୬ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଭାରତ ରନର୍ସଅପ୍ ହୋଇଥିଲା।

Leave A Reply

Your email address will not be published.