ଭାରତକୁ ୨୧ ରନ୍ରେ ହରାଇଲା ଭ୍ରମଣକାରୀ ଦଳ,ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ
ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତୀୟ ଦଳ ସମସ୍ତ ଓ୍ଵିକେଟ ହରାଇ କେବଳ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ । ଭାରତକୁ ୨୧ ରନ୍ରେ ହରାଇଲା ଭ୍ରମଣକାରୀ ଦଳ । ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତୀୟ ଦଳ ସମସ୍ତ ଓ୍ଵିକେଟ ହରାଇ କେବଳ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏଥିସହ ୩ଟିକିଆ ସିରିଜକୁ ୨-୧ରେ କବ୍ଜା କରିଛି ଅଷ୍ଟ୍ରେଲିଆ । ୨୭୦ ରନ୍ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ ଗିଲ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ।
ପରେ ବଡ଼ ଶଟ୍ ଖେଳିବାକୁ ଯାଇ ଓ୍ଵିକେଟ ହରାଇଥିଲେ ରୋହିତ ଶର୍ମା । ପରେ ଶୁବମନ ଗିଲ ୩୭ ରନ୍ କରି ଆଉଟ ହୋଇଥିଲେ । ବିରାଟ କୋହଲୀ ଏବଂ କେ.ଏଲ ରାହୁଲ ପାଳି ସମ୍ଭାଳିଥିଲେ । ବିରାଟ ୫୪ ରନ୍ କରି ଆଉଟ ହୋଇଥିବା ବେଳେ ରାହୁଲ ୩୨ ରନ୍ କରି ଆଉଟ ହୋଇଥିଲେ । ତେବେ ପ୍ରଥମ ଦୁଇ ମ୍ୟାଚରେ ଫେଲ ମାରିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଜି ନିରାଶ କରିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ପହଞ୍ଚିଯାଇଛି । ପୂର୍ବରୁ ଭାରତ ୧ ନମ୍ବର ସ୍ଥାନରେ ଥିଲା ।