ବିସିସିଆଇର ପୂର୍ବ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ବୁଧବାର ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଯେବେକି ସ୍ନେହାଶିଷ ଗାଙ୍ଗୁଲିଙ୍କୁ ଆସୋସିଏସନର ସଚିବ ପଦ ପାଇଁ ଚୟନ କରାଯାଇଛି । ଅନ୍ୟ ପକ୍ଷରେ ୩୮ ବର୍ଷୀୟ ଅଭିଶେଖ ସିଏବିର ସବୁଠୁ ଯୁବ ଅଧ୍ୟକ୍ଷ ହେବାର ଗୌରବ ନିଜ ନାଁ ରେ କରିଛନ୍ତି । ସଚିବ ସ୍ନେହାଶିଷ ହେଉଛନ୍ତି ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ । ସୌରଭ ବିସିସିଆଇର ଅଧ୍ୟକ୍ଷ ଭବେ ନିଯୁକ୍ତ ହେବା ପରେ ସିଏବି ପଦ ଖାଲି ପଡିଥିଲା । କାର୍ଯ୍ୟଭାର ସମ୍ଭାଳିବା ପରେ ଅଭିଷେକ କହିଛନ୍ତିକି ସିଏବିର ଅଧ୍ୟକ୍ଷ ପଦ ପାଇବା ଏକ ସମ୍ମାନର ବିଷୟ ।
ମୋତେ ଚୟନ କରିଥିବାରୁ ମୁଁ ସମସ୍ତ ସଦସ୍ୟଙ୍କ ନିକଟରେ କୃତଜ୍ଞତା ଜଣାଉଛି । ସେ ଆହୁରି ମଧ୍ୟ କହିଛନ୍ତି କି ପଡିଆ ବାହାରେ ବି ଏକ ସଂଗଠନ ହିସାବରେ କାର୍ଯ୍ୟ କରିଥାଏ । ଯେଉଁଥିରେ ଏକତା ରହିବା ନିହାତି ଜରୁରୀ । ଅନ୍ୟ ପକ୍ଷରେ ଅଭିଷେକ ନିଜ ତୁଳନା ସୌରଭ କିମ୍ବା ନିଜ ପିତାଙ୍କ ସହ କରିବାକୁ ଚାହୁଁନାହାନ୍ତି ବୋଲି ମିଡ଼ିଆ ନିକଟରେ ପ୍ରକାଶ କରିଛନ୍ତି । ଇଡ଼େନ ଗାର୍ଡେନ ଷ୍ଟାଡିୟମର ଉନ୍ନତିକରଣ ହିଁ ତାଙ୍କ ଦଳର ମୂଳ ଲକ୍ଷ ବୋଲି କହିଛନ୍ତି ।