ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ଜିତୁଥିବା ମ୍ୟାଚକୁ ମାତ୍ର ୧ ରନରେ ହାରିଯାଇଛି । ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚକୁ ମାତ୍ର ୧ ରନରେ ଜିତିଯାଇଛି । ଦିଲ୍ଲୀ ଖେଳାଳି ଡେଭିଡ ମିଲର ୪୧ ରନ ଇନିଂସ ଖେଳିଥିଲେ । ଟିମ ବିଜୟ ଦ୍ବାରରୁ ମାତ୍ର ୧ ରନରେ ହାରିଥିଲା । ମିଲରଙ୍କ ଗୋଟିଏ ଛୋଟିଆ ଭୁଲ ଯୋଗୁଁ ଟିମ ହାରିଯାଇଥିଲା । ତେଣୁ ମିଲର ବହୁତ ମନ ଦୁଃଖରେ ରହିଥିଲେ, ଆଉ ଏହା ଦେଖି ଅଧିନାୟକ ଅକ୍ଷର ପଟେଲ ତାଙ୍କ ପାଖକୁ ଆସି କୋଳେଇ ନେଇଥିଲେ ।
ମ୍ୟାଚ୍ ହାରିବା ପରେ ମିଲର ମନ ଦୁଃଖରେ ରହିଥିଲେ । ସମସ୍ତ ଖେଳାଳି ପରସ୍ପର ସହିତ ହାତ ମିଳାଉଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷୟ ପଟେଲ ମିଲରଙ୍କ ପାଖକୁ ଯାଇ ହାତ ଆଲିଙ୍ଗନ କରିଥିଲେ । ମିଲରଙ୍କ ସହ କିଛି ସମୟ କଥା ହୋଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ । ଗୁଜରାଟ ଟାଇଟନ୍ସ ପ୍ରଥମ ବ୍ୟାଟିଂ କରି ୨୧୦ ରନ କରିଥିଲା । ଓପନର ସାଇ ସୁଦର୍ଶନ ସଅଳ ଆଉଟ୍ ହୋଇଯାଇଥିଲେ । କିନ୍ତୁ ଅଧିନାୟକ ଶୁବମନ୍ ଗିଲ ଏବଂ ଜସ୍ ବଟଲର ସ୍କୋରକୁ ଆଗରୁ ନେଇଥିଲେ । ଉଭୟେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ଲଗାଇଥିଲେ । ବଟଲର ଆଉଟ୍ ହେଲା ପରେ ଓ୍ୱାଶିଂଟନ୍ ସୁନ୍ଦର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ୨୧୦ ରନ୍ କରିଥିଲା ।
ତେବେ ୨୧୧ ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରିବା ପାଇଁ ଓହ୍ୱାଇଥିଲେ କେଏଲ ରାହୁଲ ଏବଂ ପାଥୁମ ନିଶଙ୍କା । ଉଭୟେ ଜବରଦସ୍ତ ବ୍ୟାଟିଂ କରିଥିଲେ । ନିଶଙ୍କା ୪୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କେଏଲ ରାହୁଲ ୧୭ ଓଭର ଯାଏଁ ରହି କ୍ରିଜର ଗୋଟିଏ ପରେ ଗୋଟେ ରନ୍ କରୁଥିଲେ । ରାହୁଲ ଆଉଟ୍ ହେଲା ପରେ ଦିଲ୍ଲୀର ବିଜୟ ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା । କିନ୍ତୁ ଡେଭିଡ୍ ମିଲର ରିଟାୟର ହର୍ଟରୁ ଫେରି ରନ୍ ବର୍ଷା କରି ବିଜୟ ଆଶା ଦେଖାଇଥିଲେ । ଶେଷ ଯାଏଁ ରହିଥିଲେ ମଧ୍ୟ ଦିଲ୍ଲୀକୁ ମ୍ୟାଚ୍ ଜିତାଇ ପାରି ନଥିଲେ । ୩ ବଲରେ ୮ ରନ ଦରକାର ଥିବା ବେଳେ ମିଲର ୬ ମାରି ଦିଲ୍ଲୀ ଫ୍ୟାନ୍ସଙ୍କୁ ଖୁସି କରିଥିଲେ । ୨ ବଲରେ ୨ ରନ୍ ଦରକାର ଥିବା ବେଳେ ମିଲର ବଡ ରନ୍ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ବଲ୍ ବ୍ୟାଟରେ ଠିକ୍ ଭାବେ ବାଜିନଥିଲା । ଆଉ ମିଲର ରନ ନେବାକୁ ଚେଷ୍ଟା କରୁଥିବା ବେଳେ ଓ୍ବିକେଟକିପର ବଟଲର ଡାଇରେକ୍ଟ ଥ୍ରୋ କରିବା ବେଳେ କୁଲଦୀପ ଆଉଟ ହୋଇଯାଇଥିଲେ ଫଳରେ ଗୁଜୁରାଟ ୧ ରନରେ ମ୍ୟାଚ୍ ଜିତି ନେଇଥିଲା । । ମିଲର ୪୧ ରନ୍ କରିଥିଲେ । ଦଳ ୨୦ ଓଭରରେ ୨୦୯ ରନ୍ କରିବାରେ ସକ୍ଷମ ହୋଇଥିଲା ।
Also Read : ବୈଭବଙ୍କ ପ୍ରଥମ ଛକାରେ ହସିଲେ ବୁମରା, ଦ୍ବିତୀୟ ଛକା ମାରିବାକୁ ବାଧ୍ୟ ହେଲେ ସୂର୍ଯ୍ୟବଂଶୀ