ଅକ୍ଷର ପଟେଲଙ୍କୁ ଲାଗିଲା ଡବଲ ଝଟକା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୨ ରନରେ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୫ ରନ କରିଥିଲା । ଏହାପରେ ଦିଲ୍ଲୀ ପାଇଁ ବରୁଣ ନାୟର ୮୯ ରନର ଇନିଂସ ଖେଳିଥିଲେ । ଆଉ ଟିମ୍ ବିଜୟ ଆଡ଼କୁ ଗତି କରୁଥିବା ବେଳେ ୧୯ ଓଭରରେ ଦିଲ୍ଲୀ ଟିମର ୩ ଟି ୱିକେଟ ଯାଇଥିଲା । ଫଳରେ ମାତ୍ର ୧୨ ରନରେ ଦିଲ୍ଲୀକୁ ପରାଜୟ ମିଳିଥିଲା । ତେବେ ଏହି ପରାଜୟ ପରେ ଦିଲ୍ଲୀକୁ ଡବଲ ଝଟକା ଲାଗିଥିଲା । ମ୍ୟାଚ ହାତରୁ ଯାଇଥିବା ବେଳେ ଅଧିନାୟକ ଅକ୍ଷର ପଟେଲଙ୍କୁ ସ୍ଲୋ ଓଭର ପାଇଁ ଜରିମାନା ଲାଗିଥିଲା ।
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କୁ ସ୍ଲୋ ଓଭର ଯୋଗୁଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି । ଆଇପିଏଲ ଆଚାର ସଂହିତ ଅନୁଚ୍ଛେଦ ୨.୨୨ ଅନୁସାରେ ସିଜିନରେ ପ୍ରଥମ ଥର ପାଇଁ କୌଣସି ଟିମକୁ ସ୍ଲୋ ଓଭର ରେଟ ଉଳ୍ଲଙ୍ଘନ ପାଇଁ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ତେବେ ଅକ୍ଷରଙ୍କୁ ଚଳିତ ସିଜିନର ପ୍ରଥମ ସ୍ଲୋ ଓଭର ରେଟ୍ ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାରିବା ପରେ ଦିଲ୍ଲୀ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରୁ ବାଦ୍ ପଡିଛି । ପ୍ରଥମ ନଂରେ ଗୁଜରାଟ ଟାଇଟନ୍ସ ଟିମ୍ ରହିଥିବା ବେଳେ ଦିଲ୍ଲୀ ୨ୟ ସ୍ଥାନରେ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ନମନ ଧୀର ଭଲ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୬ ରନର ଟାର୍ଗେଟ୍ ଦେଇଥିଲା । ବିଶାଳ ଲକ୍ଷ୍ୟକୁ ପଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୯୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହା ଫଳରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ୧୨ ରନରେ ଜିତି ନେଇଛି । ଦଳ ପକ୍ଷରୁ କରନ ଶର୍ମା ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି ।
Also Read : ‘ମୋତେ ତ ପଚାର’ ! ଅମ୍ପାୟରଙ୍କ ଡିଆରଏସକୁ ନେଇ ରାଗିଗଲେ ଶ୍ରେୟସ