ଜନ୍ମଦିନରେ ପ୍ରେମିକା ସହିତ ନିର୍ବନ୍ଧ କଲେ ଅକ୍ଷର ପଟେଲ, ଜାଣନ୍ତୁ କିଏ ଏହି ଯୁବତୀ ?
ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ଅକ୍ଷର ପଟେଲ ନିଜ ଜନ୍ମଦିନ ଅବସରେ ଫ୍ୟାନ୍ସଙ୍କୁ ଚକିତ କରିଦେଇଛନ୍ତି। ଅକ୍ଷର ଜନ୍ମଦିନ ଅବସରରେ ପ୍ରେମିକା ମେହାଙ୍କ ସହିତ ନିର୍ବନ୍ଧ କରିଛନ୍ତି। ମେହା ପେଶାରେ ଜଣେ ଡାଇଟିସିଆନ ଏବଂ ନ୍ୟୁଟ୍ରିସନିଷ୍ଟ।
ଆଜି ୨୮ ତମ ଜନ୍ମିଦନ ପାଳନ କରିବା ପରେ ଅକ୍ଷର ପ୍ରେମିକା ମେହାଙ୍କ ସହିତ ନିର୍ବନ୍ଧ କରିଥିଲେ। ଅକ୍ଷର ପଟେଲ ୨୦୧୪ରେ ବାଲାଂଦେଶ ବିପକ୍ଷରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ।
View this post on Instagram
ଦିନିକିଆ ପରେ ଅକ୍ଷର ୨୦୧୫ରେ ପ୍ରଥମ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ ଏବଂ ୨୦୨୧ରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଅକ୍ଷର ପଟେଲ ଏପର୍ଯ୍ୟନ୍ତ ୫ଟି ଟେଷ୍ଟ କ୍ରିକେଟରେ ୧୦ଟି ଇନିଂସ ଖେଳି ୧୧.୯ ଆଭରେଜରେ ୩୬ ଉଇକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟ ଛଡା ଅକ୍ଷର ଏପର୍ଯ୍ୟନ୍ତ ୩୮ଟି ମ୍ୟାଚ ଖେଳିଛନ୍ତି ଏବଂ ୪୫ ଉଇକେଟ ନେଇଛନ୍ତି।