କ୍ରୀଡା

ପାକିସ୍ତାନର ଓ୍ଵିକେଟକିପର ଆଜମ ଖାନଙ୍କ ମୁଣ୍ଡରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ହେବା ପରେ ଷ୍ଟ୍ରେଚରରେ ନିଆଗଲା

ପାକିସ୍ତାନ କ୍ରିକେଟ ଟିମର ଓ୍ଵିକେଟ କିପର ଆଜମ ଖାନ ଗୁରୁତର ଆହତ। ଲଙ୍କା ପ୍ରିମିୟର ଲିଗ୍‌(ଏଲପିଏଲ) ଏହି ଘଟଣା ଘଟିଛି। ତାଙ୍କ ମୁଣ୍ଡରେ ଜୋରରେ ବଲ୍‌ ବାଜିବା ପରେ ତାଙ୍କୁ ଷ୍ଟ୍ରେଚରରେ ପଡିଆ ବାହାରକୁ ନିଆଯାଇଥିଲା । ଆଜମ ଖାନ ଲଙ୍କା ପ୍ରିମିୟର ଲିଗରେ ଗର୍ଲ ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଛନ୍ତି। କ୍ୟାଣ୍ଡି ଫ୍ୟାଲକନ୍ସ ବିପକ୍ଷରେ ମ୍ୟାଚରେ ଓ୍ଵିକେଟ କିପିଂ କରିବା ସମୟରେ ମୁଣ୍ଡରେ ବଲ୍‌ ବାଜିଥିଲା । ଫଳରେ ତାଙ୍କୁ ଷ୍ଟ୍ରେଚର ଜରିଆରେ ପଡିଆ ବାହାରକୁ ନିଆଯାଇଥିଲା ।

କ୍ୟାଣ୍ଡି ଫ୍ୟାଲକନ୍ସ ଇନିଂସର ୧୬ ଓଭରରେ ନୁବାନ ପ୍ରଦୀପ ବୋଲିଂ କରୁଥିଲେ। ପ୍ରଥମ ଦୁଇ ବଲରେ ଚମିକା କରୁଣାରତ୍ନେ ୪ ରନ୍‌ କରିଥିଲେ। ଯାହା ପରେ ପ୍ରଦୀପ ବୋଲିଂ ଷ୍ଟାଇଲ ଚେଞ୍ଜ କରି ବଲ୍‌ ପକାଇଥିଲେ। ଏହି ବଲ୍‌କୁ ବ୍ୟାଟସମ୍ୟାନ୍‌ ବାଡେଇ ପାରିନଥିଲେ। ଆଉ ବଲ୍‌ ସିଧା ଯାଇ ଓ୍ଵିକେଟ କିପିଂ କରୁଥିବା ଆଜମ ଖାନଙ୍କ ମୁଣ୍ଡରେ ବାଜିଥିଲା । ମୁଣ୍ଡରେ ବଲ୍‌ ବାଜିବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ଆଜମ ଖାନ ତଳେ ପଡିଯାଇଥିଲେ । ମ୍ୟାଚକୁ କିଛି ସମୟବନ୍ଦ କରାଯିବା ପରେ ତାଙ୍କୁ ଷ୍ଟ୍ରେଚରରେ ପଡିଆ ବାହାରକୁ ନିଆଯାଇଥିଲା ।

ଏହି ମ୍ୟାଚକ ର୍ଗଲ ଗ୍ଲାଡିଏଟର୍ସ ୧୨ ରନରେ ଜିତିଥିଲା। ଗର୍ଲ ଗ୍ଲାଡିଏଟର୍ସ ୬ ଓ୍ଵିକେଟରେ ୧୫୩ ରନ୍‌ କରିଥିଲା। ଯାହାର ଜବାବରେ କ୍ୟାଣ୍ଡି ଫ୍ୟାଲକନ୍ସ ୨୦ଓଭରରେ ୭ ଓ୍ଵିକେଟ ହରାଇ ୧୪୧ ରନ୍‌ କରିପାରିଥିଲା ।

ସୂଚନାଯୋଗ୍ୟ, ନିକଟରେ ଶ୍ରୀଲଙ୍କାର ଅଲରାଉଣ୍ଡର ଚମିକା କରୁଣାରତ୍ନେ, ଯାହାଙ୍କ ମୁହଁରେ ବଲ୍‌ ବାଜି ଦାନ୍ତଗୁଡ଼ିକ ଭାଙ୍ଗି ଯାଇଛି। ବଲ୍‌ ବାଜିବା କାରଣରୁ ଚମିକା କରୁଣାରତ୍ନେଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କର ୩/୪ଟି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିବା କୁହାଯାଉଛି। ଘଟଣା ପରେ ମ୍ୟାଚ୍‌କୁ କିଛି ସମୟ ପାଇଁ ରୋକା ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କୁହାଯାଉଛି ଯେ ତାଙ୍କର ମାଢ଼ି ମଧ୍ୟ ଗମ୍ଭୀର ଭାବେ ଆଘାତ ପାଇଛି। ଚମିକା ଫ୍ୟାଲକନ୍ସ ଟିମ୍‌ ପାଇଁ ଖେଳୁଥିଲେ। ଗ୍ଲାଡିଏଟର୍ସ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ଚତୁର୍ଥ ଓଭରର ପ୍ରଥମ ବଲ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଫ୍ୟାଲକନ୍ସ ଟିମ୍‌ ପାଇଁ କାର୍ଲୋସ୍‌ ବ୍ରେଥ୍‌ଓ୍ଵଟ ବୋଲିଂ କରୁଥିଲେ। ତାଙ୍କ ଓଭରର ପ୍ରଥମ ବଲ୍‌ରେ ଫର୍ନାଡୋ କଭର ଉପରେ ଏକ ଏରିଏଲ୍‌ ସଟ୍‌ ଖେଳିଥିଲେ, ଯାହାକୁ ଧରିବା ପାଇଁ ଚମିକା ଦୌଡ଼ିଥିଲେ। ଯେତେବେଳେ ସେ କ୍ୟାଚ୍‌ ଧରିବାକୁ ଚେଷ୍ଟା କରୁଥିଲେ, ତ ସେହି ସମୟରେ ବଲ୍‌ଟି ତାଙ୍କ ମୁହଁରେ ଜୋର୍‌ରେ ବାଜିଥିଲା।

Swagatika

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

5 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

20 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

29 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

38 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

54 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago