ଟି-୨୦ ର‍୍ୟାଙ୍କିଙ୍ଗ୍‌: ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ହେଲେ ବାବର ଆଜମ୍‌, ୫ମରେ ରହିଲେ କୋହଲି

ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ର‍୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ ୮୩୪ ରେଟିଙ୍ଗ୍‌ ସହିତ ନମ୍ବର ୧ ସ୍ଥାନକୁ ଆସି ଯାଇଛନ୍ତି। ସେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଡେଭିଡ୍‌ ମଲାନଙ୍କୁ ପଛରେ ପକାଇଛନ୍ତି। ସେପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୫ମ ଏବଂ ଆଗଧାଡ଼ିର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ୮ମ ନମ୍ବରରେ ରହିଛନ୍ତି। ବାବର ପୂର୍ବରୁ ହିଁ ଦିନିକିଆରେ ନମ୍ବର ୧ ବ୍ୟାଟ୍ସମ୍ୟାନ ଅଛନ୍ତି ଏବଂ ବିରାଟ ୨ ନମ୍ବରରେ ରହିଛନ୍ତି। ଯଦି ତିନୋଟି ଫର୍ମାଟ ଦେଖାଯାଏ, ତ ବିରାଟ ତିନୋଟି ଯାକରେ ଟପ୍‌-୫ରେ ଅଛନ୍ତି।

ଓ୍ଵାନିନ୍ଦୁ ହସରଙ୍ଗା ବିଶ୍ୱର ନମ୍ବର ୧ ବୋଲର

ଶ୍ରୀଲଙ୍କାର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ଟି-୨୦ ବିଶ୍ୱକପ୍‌ରେ ବଢ଼ିଆ ପ୍ରଦର୍ଶନ କରିବାରେ ଫାଇଦା ମିଳିଛି। ଏବେ ସେ ୭୭୬ ରେଟିଙ୍ଗ୍‌ ସହିତ ଟି-୨୦ ବିଶ୍ୱକପ୍‌ରେ ନମ୍ବର ୧ ବୋଲର୍‌ ହୋଇଛନ୍ତି। ଟପ୍‌-୧୦ ବୋଲର୍‌ ଏବଂ ଅଲରାଉଣ୍ଡର ତାଲିକାରେ କୌଣସି ବି ଭାରତୀୟ ଖେଳାଳି ନାହାନ୍ତି। ବିରାଟ କୋହଲିଙ୍କର ଏବେ ୭୧୪ ରେଟିଙ୍ଗ୍‌ ଅଙ୍କ ଓ କେଏଲ୍‌ ରାହୁଲଙ୍କର ୬୭୮ ରେଟିଙ୍ଗ୍‌ ଅଙ୍କ ରହିଛି। ପାକିସ୍ତାନର ଓପନର ମହମ୍ମଦ ରିଜଓ୍ଵାନ ୪ର୍ଥ ନମ୍ବରରେ ପହଞ୍ଚି ଯାଇଛନ୍ତି, ଯାହାକି ରିଜଓ୍ଵାନଙ୍କ କ୍ୟାରିୟରର ବେଷ୍ଟ ର‍୍ୟାଙ୍କିଙ୍ଗ୍‌।

ଜୋସ୍‌ ବଟଲରଙ୍କୁ ହେଲା ଫାଇଦା

ଶ୍ରୀଲଙ୍କା ବିପକ୍ଷରେ ଧମାକାଦାର ଶତକ ଉଡ଼ାଇଥିବା ଜୋସ୍‌ ବଟଲରଙ୍କୁ ବି ବହୁତ ଫାଇଦା ହୋଇଛି। ସେ ୮ ସ୍ଥାନ ଉପରକୁ ଉଠି ୯ମ ସ୍ଥାନକୁ ଆସି ଯାଇଛନ୍ତି। ବଟଲର ଟି-୨୦ ବିଶ୍ୱକପ୍‌ରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ୨୧୪ ରନ୍‌ ବନାଇଛନ୍ତି।

ରାଶିଦ୍‌ ଖାନ ୪ର୍ଥ ସ୍ଥାନକୁ ଖସିଲେ

ଦକ୍ଷିଣ ଆଫ୍ରିକାର ସ୍ପିନର ତବରେଜ ଶାମ୍‌ସୀ ଟି-୨୦ ବୋଲର ର‍୍ୟାଙ୍କିଙ୍ଗ୍‌ରେ ନମ୍ବର ୧ରେ ଥିଲେ। ଶ୍ରୀଲଙ୍କାର ଓ୍ଵାନିନ୍ଦୁ ହସରଙ୍ଗା ତାଙ୍କୁ ପଛରେ ପକାଇ ଦେଇଛନ୍ତି। ସେପଟେ ଆଫଗାନିସ୍ତାନର ଷ୍ଟାର ଲେଗ୍‌ ସ୍ପିନର ରାଶିଦ୍‌ ଖାନଙ୍କୁ ମଧ୍ୟ ରେଟିଙ୍ଗ୍‌ରେ କ୍ଷତି ହୋଇଛି। ସେ ୩ୟ ସ୍ଥାନରୁ ଖସି ୪ର୍ଥ ସ୍ଥାନକୁ ଆସି ଯାଇଛନ୍ତି। ଆଦିଲ ରାଶିଦ ୭୩୦ ରେଟିଙ୍ଗ୍‌ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.