ସାନିଆ ମିର୍ଜା ଆମ ‘ସୁନା ଭାଉଜ’: ପାକ୍‌ କ୍ରିକେଟର ବାବର ଆଜମ୍‌

କ୍ରିକେଟ୍‌ ପଛରେ ଲୋକମାନେ ପାଗଳ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଭାରତରେ ଏବେ ବି ଟେନିସ୍‌ର ଲୋକପ୍ରିୟତା କାହିଁରେ କେତେ। ଟେନିସ୍‌ର ଲୋକପ୍ରିୟତା ଯେତିକି ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କ କ୍ରେଜ୍‌ ମଧ୍ୟ ଭାରତରେ ସେତିକି। ତେବେ ନିକଟରେ ସାନିଆ ମିର୍ଜାଙ୍କୁ ନେଇ ପାକ୍‌ କ୍ରିକେଟର ବାବର ଆଜମ୍‌ ବଡ଼ ବୟାନ ଦେଇଛନ୍ତି। ସାନିଆଙ୍କୁ ସବୁଠୁ ଭଲ ଭାଉଜ ବୋଲି କହିଛନ୍ତି ବାବର ଆଜମ୍‌।

ଆମେ ସମସ୍ତେ ଜାଣୁ ଯେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପାକ୍‌ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରି ଏବେ ପାକିସ୍ତାନର ବୋହୂ ସାଜିଛନ୍ତି। ସେ ଦୃଷ୍ଟିରୁ ସାନିଆ ଏବେ ସବୁ ପାକ୍‌ କ୍ରିକେରଙ୍କ ଭାବି ବା ଭାଉଜ। ନିକଟରେ ଦୁବାଇରେ ଅନୁଷ୍ଠିତ ଟି-୨୦ ମ୍ୟାଚ୍‌ରେ ପାକିସ୍ତାନକୁ ସପୋର୍ଟ କରିବାକୁ ସାନିଆ ବି ସେଠାକୁ ଯାଇଥିଲେ। ଏଣୁ ଦୁବାଇରେ ଏବେ ସୋଏବ ଓ ପୂରା ଟିମ୍‌ ସହ ସମୟ କାଟୁଛନ୍ତି ସାନିଆ ମିର୍ଜା।

ଏନେଇ ଏକ ଇଣ୍ଟରଭ୍ୟୁରେ ବାବର ଆଜମ୍‌ କହିଥିଲେ ଯେ ସାନିଆ ମିର୍ଜାଙ୍କ ସହ ମୋର ଏକ ଭିନ୍ନ ସମ୍ପର୍କ ରହିଛି। କାରଣ ସେ ଆମ ସମସ୍ତଙ୍କର ସୁନା ଭାଉଜ, ଯାହା ସହ ଆମେ ସବୁ କଥା ସେୟାର କରିପାରୁ। କେବଳ ଏତିକି ନୁହେଁ ବାବର ଆଜମ୍‌ ଆହୁରି ମଧ୍ୟ କହିଛନ୍ତି- ସାନିଆଙ୍କ ସହ ମୁଁ ସବୁ କଥା ସେୟାର କରିପାରିବି। ତାଙ୍କର ଆଉ ମୋର ସମ୍ପର୍କ ସବୁଠୁ ଅଲଗା।

sania

ବାବର ଆଜମ୍‌ଙ୍କର ଏହି ବୟାନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। କିଛି ଲୋକ ଏହାକୁ ସକାରାତ୍ମକ ଦିଗରେ ନେଇଥିବା ବେଳେ ଆଉ କିଛି ନକାରାତ୍ମକ ଢଙ୍ଗରେ ନେଇଛନ୍ତି। ଆଉ କିଛି ଲୋକ ଏହି କାରଣରୁ ସାନିଆଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.