ବିରାଟଙ୍କ ସହିତ ଖେଳିବେ ବେବି ଏବି ଡିଭିଲୟର୍ସ, ମେଗା ନିଲାମ ପାଇଁ କରିଛନ୍ତି ରେଜିଷ୍ଟ୍ରେସନ

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଓ୍ଵାଲ୍ଡ ବ୍ରେଭିସ୍‌ ଏବେ ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୨ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇ ବିଲକୁଲ୍‌ ଏବି ଡିଭିଲୟର୍ସଙ୍କ ଭଳି। ସେ ଛକା ମଧ୍ୟ ଡିଭିଲୟର୍ସଙ୍କ ଭଳି ମାରନ୍ତି। ଆଉ ତାଙ୍କର ପ୍ରତିଟି ସର୍ଟ ୩୬୦ ଡିଗ୍ରୀର ଝଲକ ଦେଖିବାକୁ ମିଳିଛି। ଖାସ୍‌ କରି ଏଥିପାଇଁ ତାଙ୍କୁ ‘ବେବି ଏବି ଡିଭିଲୟର୍ସ’ ବୋଲି କୁହାଯାଉଛି।

୧୮ ବର୍ଷୀୟ ବ୍ରେଭିସ୍‌ଙ୍କ ବ୍ୟାଟିଂ ଷ୍ଟାଇଲ ବିଲକୁଲ୍‌ଏବି ଡିଭିଲୟର୍ସଙ୍କ ଭଳି। ଅଣ୍ଡର-୧୯ ବିଶ୍ୱକପରେ ନିଜର ଧୂଆଁଦାର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ। ଏବେ ବ୍ରେଭିସ୍‌ ଆଇପିଏଲ୍‌ ୨୦୨୨ରେ ମେଗା ନିଲାମରେ ସାମିଲ ହେବେ। ବ୍ରେଭିସ ଆଇପିଏଲ୍‌ ନିଲାମ ପାଇଁ ନିଜ ନାମକୁ ରେଜିଷ୍ଟ୍ରସନ କରିଛନ୍ତି।

 

View this post on Instagram

 

A post shared by Dewald Brevis (@dewald_brevis_17)

ବ୍ରେଭିସ ଅଣ୍ଡର-୧୯ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ୍‌ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚରେ ସେ ୩୬୨ ରନ୍‌ କରିଛନ୍ତି। ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍‌ ଏହି ସିରିଜରେ ୩ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ଲଗାଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ୧୧ଟି ଛକା ଏବଂ ୩୩ଟି ଚଉକା ମାରିଛନ୍ତି ବ୍ରେଭିସ। ସେଥିପାଇଁ ଲୋକେ ତାଙ୍କୁ ବେବି ଏବି ଡିଭିଲୟର୍ସ AB 2.0 କହୁଛନ୍ତି।

ବ୍ରେଭିସ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ୟାନ୍‌ ରହିଛନ୍ତି। ଏହା ସହିତ ଏବି ଡିଭିଲୟର୍ସଙ୍କ ମଧ୍ୟ ବହୁତ ବଡ ଫ୍ୟାନ୍‌। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସେ ଆରସିବି ଜର୍ସି ପିନ୍ଧିଛନ୍ତି। ତେଣୁ ଆଇପିଏଲ୍‌ ୨୦୨୨ରେ ବିରାଟ କୋହଲି ସହିତ ବାଙ୍ଗାଲୋର ଟିମ୍‌ ସହିତ ଖେଳିବେ ବୋଲି ଅନୁମାନ କରାଯାଉଛି।