ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରତିଷ୍ଠା ହେବ ବୃହତ ବ୍ୟାଡମିଣ୍ଟନ୍ ଏକାଡେମୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନିତ ଡାଲମିଆ ଓ ପି. ଗୋପୀଚାନ୍ଦ
ଭୁବନେଶ୍ୱର(କେନ୍ୟୁଜ୍): କଳିଙ୍ଗ ଷ୍ଟାଡିୟମରେ ପ୍ରତିଷ୍ଠା ହେବ ବୃହତ ବ୍ୟାଡମିଣ୍ଟନ୍ ଏକାଡେମୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡାଲମିଆ ଭାରତ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ ଓ ପି. ଗୋପୀଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବ୍ୟାଡମିଣ୍ଟନ୍ ଏକାଡେମୀର ଏକ ପ୍ରେଜେଣ୍ଟେସନ୍ ରଖିଛନ୍ତି । ଏହାପରେ ପି. ଗୋପୀଚାନ୍ଦ ପ୍ରତିକ୍ରିୟାରେ କହିଛନ୍ତି, ବ୍ୟାଡମିଣ୍ଟନ୍ ଏକାଡେମୀରେ ରହିବ ୧୦ଟି ବ୍ୟାଡମିଣ୍ଟନ୍ କୋର୍ଟ। ଏଥିପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା। ଡିସେମ୍ବର ୨୦୨୦ ସୁଦ୍ଧା ଏକାଡେମୀ ନିର୍ମାଣ କାର୍ଯ୍ୟ ସରିବ । ଏକାଡେମୀ ପ୍ରତିଷ୍ଠା ପାଇଁ ଡାଲମିଆ ଗ୍ରୁପ୍ ଟଙ୍କା ଖର୍ଚ୍ଚ କରିବ। ଏଥିରେ ରାଜ୍ୟ ସରକାରଙ୍କର ମଧ୍ୟ ସହଭାଗିତା ରହିବ। ପି. ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ