ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ସଟଲର ପି. ଭି. ସିନ୍ଧୁ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ସର୍ଟଲର ପି. ଭି. ସିନ୍ଧୁ। ଆଜି ଖେଳାଯିବ ଫାଇନାଲ୍ ମ୍ୟାଚ୍। ଜାପାନର ନୋଜୋମୀ ଓକୁହାରାଙ୍କ ସହ ଲଢ଼େବେ ସିନ୍ଧୁ। ଗତକାଲି ପ୍ରଥମ ସେମି ଫାଇନାଲରେ ଚୀନର ଚେନ୍ ୟୁ ଫେଇଙ୍କୁ ୨୧-୭, ୨୧-୧୪ ରେ ହରାଇ ଫାଇନାଲ୍ ଟିକେଟ୍ ହାତେଇଥିଲେ ସିନ୍ଧୁ। ଲଗାତାର ତୃତୀୟ ଥର ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮ରେ ସେ୍ପନ୍ ତାରକା କାରୋଲିନା ମରିନ ଓ ୨୦୧୭ରେ ଜାପାନର ନୋଜୋମୀ ଓକୁହାରାଙ୍କଠାରୁ ଟାଇଟଲ ଲଢ଼େଇରେ ପରାସ୍ତ ହୋଇଥିଲେ ସିନ୍ଧୁ। ଏଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଓହ୍ଲାଇବେ। ତେବେ ନୋଜୋମୀ ଓକୁହାରାଙ୍କୁ ହରାଇବା ପାଇଁ ସିନ୍ଧୁଙ୍କୁ ସ୍ୱତନ୍ତ୍ର ରଣନୀତି ଓ ଆଟାକିଂ ଖେଳିବାକୁ ହେବ।