ଅଧୁରା ରହିଗଲା ଭାରତୀୟ ସଟଲର୍ ପି. ଭି. ସିନ୍ଧୁଙ୍କ ସ୍ୱପ୍ନ । ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ସେ ହାରିଯାଇଛନ୍ତି । ସ୍ପେନ୍ ତାରକା କାରୋଲିନା ମାରିନ୍ଙ୍କଠାରୁ ୨୧-୧୯ ଓ ୨୧-୧୦ ସେଟ୍ରେ ପରାସ୍ତ ହୋଇଛନ୍ତି ସିନ୍ଧୁ । ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପ୍ରଥମ ସେଟ୍ ଆରମ୍ଭରୁ ସିନ୍ଧୁ ଭଲ କରିଥିଲେ । ତେବେ ପରେ କାରୋଲିନ୍ ବି କଡ଼ା ଟକ୍କର ଦେଇଥିଲେ । ୨୧-୧୯ରେ ଆଗୁଆ ରହିଥିଲେ ସ୍ପେନ୍ ତାରକା କାରୋଲିନ୍ । ସେହିପରି ଦ୍ୱିତୀୟ ସେଟ୍ରେ ବି ସେ ଆଗୁଆ ରହିବା ସହ ସିନ୍ଧୁଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଖେଳିଥିଲେ । ଗତ ରିଓ ଅଲିମ୍ପିକ୍ସରେ ବି କାରୋଲିନ୍ଙ୍କଠାରୁ ହାରି ରୌପ୍ୟ ପଦାକ ହାସଲ କରିଥିଲେ ପି. ଭି. ସିନ୍ଧୁ । ଏହି ବିଜୟ ସହ କାରୋଲିନ୍ ଲଗାତାର ତୃତୀୟ ଥର ପାଇଁ ବିଶ୍ୱ ଟାଇଟଲ୍ ଜିତି ରେକର୍ଡ କରିଛନ୍ତି । ପୂର୍ବରୁ କାରୋଲିନ୍ ୨୦୧୪ ଓ ୨୦୧୫ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।