ଇତିହାସ ରଚିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ୱାର୍ଲ୍ଡ ରେସଲିଙ୍ଗ ଚାମ୍ପିଅନଶିପରେ ମାରିଲେ ବାଜି

ଭାରତୀୟ କୁସ୍ତି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି। ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁଣିଆ ୪ ଟି ବ୍ରୋଞ୍ଜ ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସର୍ବିଆରେ ଅନୁଷ୍ଠିତ ହେଉଥିବା ବିଶ୍ବ କୁସ୍ତି ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ନିଜ ନାଁ ରେ କରିଛନ୍ତି ପୁନିଆ। ବ୍ରୋଞ୍ଜ୍ ପଦକ ଜିତିବା ପରେ ଏକ ନୂଆ ରେକର୍ଡ଼ ତାଙ୍କ ନାଁରେ ଯୋଡି ହୋଇଯାଇଛି। ପ୍ରଥମ ଭାରତୀୟ ଭାବରେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଗତ କିଛି ବର୍ଷ ହେବ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ଟୋକିଓ ଅଲମ୍ପିକ୍ସ ଏବଂ ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିବା ପରେ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ପଦକ ନିଜ ନାଁ ରେ କରିଛନ୍ତି। ସେ ୬୪ କିଲୋ ବର୍ଗରେ ପୁଏର୍ଟୋ ରିକୋର ସେବଷ୍ଟିୟନ ରିବେରଙ୍କୁ ୧୧-୦୯ ରେ ପରାଜିତ କରାଇ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଶେଷ ମ୍ୟାଚରେ ପୁନିଆ ୬-୦ ରେ ପଛରେ ଥିବାବେଳେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥିଲେ।

ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ପୁନିଆଙ୍କର ଏ ହେଉଛି ଚତୁର୍ଥ ପଦକ। ଏହା ପୂର୍ବରୁ ସେ ୨୦୧୩ ମସିହାରେ ବ୍ରୋଞ୍ଜ ୨୦୧୮ ରେ ରୌପ୍ୟ ଏବଂ ୨୦୧୯ ରେ ବ୍ରୋଞ୍ଜ ଜିତି ଭାରତକୁ ଗୌରବାନ୍ୱିତ କରାଇଛନ୍ତି। ବଜରଙ୍ଗ ପୁନିଆ ହେଉଛନ୍ତି ଏକମାତ୍ର ଭାରତୀୟ କୁସ୍ତିଯୋଦ୍ଧା ଯିଏକି ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଚାରି ଚାରିଥର ପଦକ ଜିତି ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି।

୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ ପୁନିଆ ଫାଇନାଲରେ କାନାଡ଼ାର ଲଚନାଲ ମୈକନୀଲକୁ 09-02 ରେ ହରାଇ ସେ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୧୪ ରେ ରୌପ୍ୟ ପଦକ ଏବଂ ୨୦୧୮ରେ କୋଷ୍ଟ କମନ୍ ୱେଲ୍ଥ ଗେମରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବଜରଙ୍ଗ ପୁନିଆ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ନିଜ ନାଁରେ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.