ବଜରଙ୍ଗ ପୁନିଆଙ୍କୁ ଝଟ୍‌କା, NADA ପୁଣିଥରେ କଲା ନିଲମ୍ବିତ; ନୋଟିସ୍‌ ମଧ୍ୟ ଜାରି

ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (NADA) ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି । ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବଜରଙ୍ଗ ପୁନିଆଙ୍କୁ ନୋଟିସ୍‌ ପଠାଯାଇ ଏହାର ଉତ୍ତର ମଗାଯାଇଛି । ସୋନିପତ୍‌ରେ ହୋଇଥିବା ନ୍ୟାସନାଲ୍‌ ଟ୍ରାଏଲ୍ସ ସମୟରେ ସେ ନିଜର ନମୁନା ଡୋପ୍‌ ଟେଷ୍ଟରେ ଦେଇ ନ ଥିଲେ, ଯାହାପରେ NADA ଏହି ବଡ଼ ପଦକ୍ଷେପ ନେଇଛି । ସେ ପୂର୍ବରୁ ମଧ୍ୟ ନିଲମ୍ବିତ ହୋଇଛନ୍ତି ।

ଏସୀୟ କ୍ୱାଲିଫାୟାର୍ସଙ୍କ ନ୍ୟାସନାଲ ଟ୍ରାଏଲ୍ସ ସମୟରେ NADA ବଜରଙ୍ଗ ପୁନିଆଙ୍କୁ ଡୋପ୍ ଟେଷ୍ଟର ନମୁନା ଦେବାକୁ କହିଥିଲା । କିନ୍ତୁ ଏହାକୁ ସେ ସ୍ପଷ୍ଟ ଭାବରେ ମନା କରି ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ ପରୀକ୍ଷା ପାଇଁ ତାଙ୍କୁ ଯେଉଁ କିଟ୍‌ ପଠାଯାଇଥିଲା, ତାହା ଏକ୍ସପାୟର୍ଡ କିଟ୍‌ ଥିଲା । ଏହି କାରଣରୁ ସେ ନମୁନା ଦେଇ ନ ଥିଲେ ।

ତେବେ ପୁନିଆ ନମୁନା ନ ଦେବା କାରଣରୁ ମେ’ ୫ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା, କିନ୍ତୁ କୌଣସି ନୋଟିସ୍‌ ଜାରି ହୋଇ ନ ଥିଲା । ଏଥର କିନ୍ତୁ NADA ତାଙ୍କୁ ନିଲମ୍ବନ କରି ଜୁଲାଇ ୧୧ ସୁଦ୍ଧା ନୋଟିସ୍‌ର ଉତ୍ତର ଦେବାକୁ କହିଛି ।

Leave A Reply

Your email address will not be published.