ମ୍ୟାଚ୍ରେ ବଡ଼ ଦୁର୍ଘଟଣା! କ୍ରିକେଟର ଚମିକା କରୁଣାରତ୍ନେଙ୍କ ମୁହଁରେ ବାଜିଲା ବଲ୍, ଭାଙ୍ଗିଲା ଦାନ୍ତ…ତୁରନ୍ତ କରାଗଲା ହସ୍ପିଟାଲରେ ଭର୍ତ୍ତି

ଶ୍ରୀଲଙ୍କାରେ ବର୍ତ୍ତମାନ ଘରୋଇ ଟୁର୍ଣ୍ଣାମେଣ୍ଟ ଲଙ୍କା ପ୍ରିମିୟର ଲିଗ୍ (ଏଲ୍ପିଏଲ୍) ୨୦୨୨ ସିଜନ ଖେଳା ଯାଉଛି। ଏହି ସମୟରେ ଏକ ମ୍ୟାଚ୍ରେ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଜଣେ ଷ୍ଟାର ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଖେଳାଳି ଜଣକ ହେଉଛନ୍ତି, ଶ୍ରୀଲଙ୍କାର ଅଲରାଉଣ୍ଡର ଚମିକା କରୁଣାରତ୍ନେ, ଯାହାଙ୍କ ମୁହଁରେ ବଲ୍ ବାଜି ଦାନ୍ତଗୁଡ଼ିକ ଭାଙ୍ଗି ଯାଇଛି।
ବଲ୍ ବାଜିବା କାରଣରୁ ଚମିକା କରୁଣାରତ୍ନେଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କର ୩/୪ଟି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିବା କୁହାଯାଉଛି। ଘଟଣା ପରେ ମ୍ୟାଚ୍କୁ କିଛି ସମୟ ପାଇଁ ରୋକା ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କୁହାଯାଉଛି ଯେ ତାଙ୍କର ମାଢ଼ି ମଧ୍ୟ ଗମ୍ଭୀର ଭାବେ ଆଘାତ ପାଇଛି।
ଏହି ଘଟଣା ଲଙ୍କା ପ୍ରିମିୟର ଲିଗ୍ରେ ବୁଧବାର କ୍ୟାଣ୍ଡି ଫ୍ୟାଲକନ୍ସ ଏବଂ ଗଲ୍ ଗ୍ଲେଡିଏଟର୍ସଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଘଟିଥିଲା। ଚମିକା ଫ୍ୟାଲକନ୍ସ ଟିମ୍ ପାଇଁ ଖେଳୁଥିଲେ। ଗ୍ଲେଡିଏଟର୍ସ ଟିମ୍ ବ୍ୟାଟିଂ କରୁଥିବା ବେଳେ ଚତୁର୍ଥ ଓଭରର ପ୍ରଥମ ବଲ୍ରେ ଏହି ଦୁର୍ଘଟଣା ଘଟିଥିଲା। ଫ୍ୟାଲକନ୍ସ ଟିମ୍ ପାଇଁ କାର୍ଲୋସ୍ ବ୍ରେଥ୍େଓ୍ଵଟ ବୋଲିଂ କରୁଥିଲେ। ତାଙ୍କ ଓଭରର ପ୍ରଥମ ବଲ୍ରେ ଫର୍ନାଡୋ କଭର ଉପରେ ଏକ ଏରିଏଲ୍ ସଟ୍ ଖେଳିଥିଲେ, ଯାହାକୁ ଧରିବା ପାଇଁ ଚମିକା ଦୌଡ଼ିଥିଲେ। ଯେତେବେଳେ ସେ କ୍ୟାଚ୍ ଧରିବାକୁ ଚେଷ୍ଟା କରୁଥିଲେ, ତ ସେହି ସମୟରେ ବଲ୍ଟି ତାଙ୍କ ମୁହଁରେ ଜୋର୍ରେ ବାଜିଥିଲା।
ବଲ୍ ହାତକୁ ଆସିବା ପୂର୍ବରୁ ପ୍ରଥମେ ତାଙ୍କ ମୁହଁରେ ମାଡ଼ ହୋଇଥିଲା। ଯଦିଓ ଚମିକା କ୍ୟାଚ୍ ଧରି ନେଇଥିଲେ, କିନ୍ତୁ ସଙ୍ଗେ ସଙ୍ଗେ ସେ ବଲ୍ଟିକୁ ସାଥୀ ଖେଳାଳିଙ୍କୁ ଦେଇ ଦେଇଥିଲେ। ଏହାପରେ ତାଙ୍କ ମୁହଁରୁ ଧାର ଧାର ରକ୍ତ ବୋହୁଥିବାର ଦେଖାଯାଇଥିଲା। ଘଟଣାର ତୁରନ୍ତ ପରେ ଚମିକା କରୁଣାରତ୍ନେଙ୍କୁ ହସ୍ପିଟାଲ ନିଆଯାଇଥିଲା।
Chamika hospitalized while attempting catch for Kandy Falcons#LPL2022 #LPL #ChamikaKarunaratne #Cricket pic.twitter.com/yrkT2bbhoG
— Ada Derana Sports (@AdaDeranaSports) December 7, 2022