ଯଶସ୍ବୀଙ୍କ ମୁଣ୍ଡରେ ବାଜିଲା ବଲ୍, କଣେଇ ଚାହିଁଲେ ଅଷ୍ଟ୍ରେଲିଆ ବୋଲର, ଭିଡିଓ ଭାଇରଲ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ ଡିସେମ୍ବର ୬ ତାରିଖରେ ଖେଳାଯିବ । ପିଙ୍କ ବଲ୍ ଟେଷ୍ଟ ଆଡଲେଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ହୋଇସାରିଛି । ଭାରତ ଅଷ୍ଟ୍ରେଲିଆ ପିଏମ ଇଲେଭେନ ବିପକ୍ଷରେ ଅଭ୍ୟାସ ମ୍ୟାଚକୁ ୬ ୱିକେଟରେ ଜିତିଛି । ଭାରତ ଅଷ୍ଟ୍ରେଲିଆ ପିଏମ ଇଲେଭେନ ୨୪୦ ରନରେ ଅଲଆଉଟ ହୋଇଥିଲା । ଏହାପରେ ଶୁବମନ ଗିଲଙ୍କ ଅର୍ଦ୍ଧଶତକରେ ଭାରତ ସହଜରେ ମ୍ୟାଚ ଜିତିନେଇଥିଲା । ହେଲେ ଏହି ମ୍ୟାଚରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି ।
ଏହି ଅଭ୍ୟାସ ମ୍ୟାଚର ଇନିଂସର ୬ଷ୍ଠ ଓଭରରେ ଅଷ୍ଟ୍ରେଲିଆ ତରଫରୁ ବୋଲିଂ କରିବାକୁ ଆସିଥିଲେ ଜ୍ୟାକ । ସେ ଯଶସ୍ବୀ ଜୟସୱାଲଙ୍କୁ ବୋଲିଂ କରୁଥିଲେ । ପ୍ରଥମ ଏବଂ ଦ୍ବିତୀୟ ବଲରେ ଯଶସ୍ବୀ ଚଉକା ମାରିଥିଲେ । ଏହାପରେ ୩ୟ ବଲ୍ ଡଟ୍ ରହିଥିବା ବେଳେ ୪ର୍ଥ ବଲକୁ ଜୋରରେ ମାରିଥିଲେ ବୋଲର । ବଲ୍କୁ ଜଜ୍ କରିପାରିନଥିଲେ ଜୟସୱାଲ । ତେଣୁ ବଲ୍ ସିଧା ଯାଇ ତାଙ୍କ ହେଲମେଟରେ ବାଜିଥିଲା । ଏହାପରେ ବୋଲର ଜ୍ୟାକ ଯଶସ୍ବୀଙ୍କୁ ଆଖିତାଡି ଅନାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
Yashasvi Jaiswal took it up to Jack Nisbet in Canberra but the fiery NSW quick wasn’t backing down! 👀 #PMXIvIND pic.twitter.com/tX3O86wEv2
— cricket.com.au (@cricketcomau) December 1, 2024
ଯଶସ୍ବୀ ଜୟସୱାଲ ଅଷ୍ଟ୍ରେଲିଆ ପିଏମ ଇଲେଭେନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୫୯ ବଲରେ ୪୫ ରନ୍ କରିଥିଲେ, ଏଥିରେ ୯ଟି ଚଉକା ସାମିଲ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ୧୬୧ ରନ ଇନିଂସ ଖେଳିଛନ୍ତି । ଅଭ୍ୟାସ ମ୍ୟାଚ ମଧ୍ୟ ପିଙ୍କ ବଲରେ ଖେଳାଯାଇଥିଲା । ଏହି ମ୍ୟାଚରେ ହର୍ଷିତ ରାଣା କମାଲ୍ ବୋଲିଂ କରିଥିଲେ । ସେ ୪ଟି ଓ୍ବିକେଟ ନେଇଥିବା ବେଳେ ଆକାଶ ଦୀପ ୨ଟି ୱିକେଟ ନେଇଥିଲେ । ଯଶସ୍ବୀଙ୍କ ସହିତ ଶୁବମନ ଗିଲ୍ ମଧ୍ୟ ଭଲ ଖେଳିଥିଲେ । ଆହତ ସମସ୍ୟା ପରେ ଶୁବମନ ଫର୍ମକୁ ଫେରିଛନ୍ତି । ସେ ୫୦ ରନ୍ କରିଛନ୍ତି । ନୀତିଶ ରେଡ୍ଡୀ ଏବଂ ୱାଂଶିଟନ ସୁନ୍ଦର ୪୨-୪୨ ରନ୍ କରିଥିଲେ । ଏହି ମ୍ୟାଚରେ ଭାରତ ୪୬ ଓଭରରେ ୨୫୭ ରନ୍ କରିନେଇଥିଲା ।