ଦିନେଶ କାର୍ତ୍ତିକ ଓ ମ୍ୟାକ୍ସେଓ୍ଵଲ ଧୂଆଁଧାର ବ୍ୟାଟିଂ, ଦିଲ୍ଲୀକୁ ୧୬ ରନରେ ହରାଇଲା ବେଙ୍ଗାଲୁରୁ

ଦିନେଶ କାର୍ତ୍ତିକ ଓ ମ୍ୟାକ୍ସେଓ୍ଵଲ ଧୂଆଁଧାର ବ୍ୟାଟିଂ । ଦିଲ୍ଲୀକୁ ୧୬ ରନରେ ହରାଇଲା ବେଙ୍ଗାଲୁରୁ । ଆରସିବି ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉଠିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୬୭ ରନ ଓ ମ୍ୟାକ୍ସେଓ୍ଵଲଙ୍କ ୫୫ ରନ ବଳରେ ୫ ଓ୍ଵିକେଟ ହରାଇ ୧୮୯ ରନ କରିଥିଲା । ଜବାବରେ ଦିଲ୍ଲୀ ଡେଭିଡ ଓ୍ଵାର୍ଣ୍ଣରଙ୍କ ୬୭ ରନ ସତ୍ତ୍ୱେ ୭ ଓ୍ଵିକେଟ ହରାଇ ୧୭୩ ରନ କରିପାରିଥିଲା ।

ଏପଟେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ମୁମ୍ବାଇକୁ ୧୮ ରନ୍‌ରେ ହରାଇଲା ଲକ୍ଷ୍ନୌ । ମୁମ୍ବାଇ ଆଗରେ ୨୦୦ ରନ୍‌ ଟାର୍ଗେଟ୍‌ ରଖିଥିଲା ଲକ୍ଷ୍ନୌ । ଲଗାତର ଷଷ୍ଠ ମ୍ୟାଚ ହାରିଲା ମୁମ୍ବାଇ । ପୁଣିଥରେ ବୋଲିଂରେ ଓ ବ୍ୟାଟିଂରେ ଫେଲ । ମ୍ୟାଚ ହାରିବା ପରେ ମୁମ୍ବାଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିବା ସମ୍ଭାବନା ଅଧିକ । ଲୋକେଶ ରାହୁଲ ଓ ଅଭେଶ ଖାନ ମ୍ୟାଚର ହିରୋ ସାଜିଥିଲେ । ଲୋକେଶ ରାହୁଲଙ୍କ ବିସ୍ଫୋରକ ୧୦୩ ରନ ବଳରେ ଲକ୍ଷ୍ନୌ କରିଥିଲା ୧୯୯ ରନ । ଜବାବରେ ମୁମ୍ବାଇ ୯ ଓ୍ଵିକେଟ ହରାଇ ୧୮୧ ରନ କରିଥିଲା । ଅଭେଶ ଖାନ ୩ ଓ୍ଵିକେଟ ନେଇଥିଲେ ।

Leave A Reply

Your email address will not be published.