କାନପୁର ଷ୍ଟାଡିୟମ୍ରେ ବାଂଲାଦେଶର ‘ସୁପର ଫ୍ୟାନ୍’ ଟାଇଗର ରବିଙ୍କୁ ମାଡ଼ ! ହସ୍ପିଟାଲରେ ଭର୍ତ୍ତି

କାନପୁର ଷ୍ଟାଡିୟମ୍ରେ ବାଂଲାଦେଶ କ୍ରିକେଟ୍ ଟିମ୍ର ‘ସୁପର ଫ୍ୟାନ୍’ ଟାଇଗର ରବିଙ୍କୁ ମାଡ଼ ମରାଯାଇଥିବା ଖବର ସାମ୍ନାକୁ ଆସିଛି । ଏଠାରେ ଗ୍ରୀନ୍ ପାର୍କ ଷ୍ଟାଡିୟମ୍ରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଏଭଳି ଏକ ଅପ୍ରିୟକର ଘଟଣା ଘଟିଥିବା ସୂଚନା ରହିଛି । ଏହି ଘଟଣା ପରେ ଟାଇଗର ରବିଙ୍କୁ କାନପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଟାଇଗର ରବି ସଙ୍କେତ ଦେଇଥିଲେ ଯେ ଝଗଡ଼ା ବେଳେ ତାଙ୍କ ପେଟକୁ ମୁଥ ମରାଯାଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ସେ ଷ୍ଟାଣ୍ଡରୁ ବାହାରକୁ ଆସୁଥିବା ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେ ଅଚେତ ଅବସ୍ଥାକୁ ପଳାଇଥିଲେ । ବସିବା ପାଇଁ ତାଙ୍କୁ ଚେୟାର ଦିଆଯାଇଥିଲା, କିନ୍ତୁ ସେ ଗଳି ପଡ଼ିଥିଲେ’ । ଷ୍ଟାଡିୟମ୍ରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀଙ୍କ ମୁତାବକ, ବାଂଲାଦେଶୀ ପ୍ରଶଂସକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି ।
ଅଧିକାରୀ ଜଣକ କହିଛନ୍ତି କି, କିଏ ତାଙ୍କୁ ମାଡ଼ ମାରିଛି କି ନାହିଁ, ତାହା ଆମେ ଜାଣିନାହୁଁ । ପ୍ରଶଂସକମାନଙ୍କ ଉପରେ ନଜର ରଖିବା ପାଇଁ ସେହି ଷ୍ଟାଣ୍ଡରେ ଜଣେ କନଷ୍ଟେବଳ ମୁତୟନ ରହିଥିଲେ । ଆମେ ବୁଝିପାରି ନ ଥିଲୁ ଯେ ସେ କ’ଣ କହୁଛନ୍ତି, ବୋଧହୁଏ ତାଙ୍କୁ କଷ୍ଟ ହେଉଥିଲା । ପୋଲିସ ଅଧିକାରୀ କହିଛନ୍ତି, ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଷ୍ଟାଡିୟମ୍ର ମେଡିକାଲ ଟିମ୍ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ ।