ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ ୨୧ ଅଗଷ୍ଟରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପକୁ ଦେଖି ଏହି ସିରିଜ ଦୁଇଟି ଯାକ ଟିମ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାରି ମଧ୍ୟରେ ବାଂଲାଦେଶ ଟିମ୍ ପାକିସ୍ତାନରେ ପହଞ୍ଚିଛି ।
ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ଟିମ୍ ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଲାହୋରରେ ପହଞ୍ଚିଛି । ଟିମ୍ ରାଓ୍ଵଲପିଣ୍ଡିରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଗଦାଫି ଷ୍ଟାଡିୟମ ଏବଂ ରାଓ୍ଵଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ୩ ଦିନିଆ ଟ୍ରେନିଂ କରିବ ।
ବାଂଲାଦେଶରେ ଜାରି ହୋଇଥିବା ରାଜନୈତିକ ଅଶାନ୍ତି କାରଣରୁ ଖେଳାଳିଙ୍କ ଅଭ୍ୟାସ ଉପରେ ପ୍ରଭାବ ପଡୁଛି । ସୁରକ୍ଷା ଦୃଷ୍ଟିରୁ ଟିମ ବିଦେଶୀ କୋଚିଂ ଷ୍ଟାଫ ମଧ୍ୟ ଗତ ସପ୍ତାହରେ ଢାକାର ଶେର ବଙ୍ଗଲା ନ୍ୟାସନାଲ ଷ୍ଟାଡିୟମରେ ସାମିଲ ହୋଇପାରିନଥିଲା । ବାଂଲାଦେଶ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଟିମର ପାକିସ୍ତାନ ଗସ୍ତ ଭିଡିଓ ସେୟାର କରିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ଖେଳାଳି ବାଂଲାଦେଶରୁ ପାକିସ୍ତାନ ଯିବାକୁ ଢାକା ଏୟାରପୋର୍ଟରେ ପହଞ୍ଚିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଖେଳାଳି ପାକିସ୍ତାନରେ ପହଞ୍ଚିଛନ୍ତି । ପିସିବି ନିମନ୍ତ୍ରଣ ପରେ ବିସିବି ଅନୁମତି କ୍ରମେ ଟିମ୍ ପହଞ୍ଚିଛି ।
ଟେଷ୍ଟ ସିରିଜ ପାଇଁ ବାଂଲାଦେଶର ଚଟଗାଁରେ ଟ୍ରେନିଂ ସେଣ୍ଟର ଥିଲା । କିନ୍ତୁ ଗତ ମାସରେ ଦେଶରେ ସରକାର ବିରୋଧୀ ପ୍ରଦର୍ଶନ ଯୋଗୁଁ ସବୁକିଛି ବନ୍ଦ ରହିଛି । ଶେର ବାଂଲା ପରିସରରେ ମଧ୍ୟ ରାଜନୈତିକ ରାଲି ହୋଇଛି । ଏମିତିରେ ଖେଳାଳି ଟ୍ରେନିଂ କରିବା ପାଇଁ ସମୟ ପାଇନାହାନ୍ତି ।
ଅନ୍ୟ ଏକ ସିରିଜ ଅଗଷ୍ଟ ୩୦ରେ ଖେଳାଯିବ । ଏହି ସିରିଜ ପାଇଁ ଟିମ୍ରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଅଲରାଉଣ୍ଡର ଶାକିବ ଅଲ ହସନ ବାଂଲାଦେଶ ଟେଷ୍ଟ କ୍ରିକେଟ ଟିମକୁ ଫେରୁଛନ୍ତି । ଟିମର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ରହିଛନ୍ତି ।
ବାଂଲାଦେଶ ଟେଷ୍ଟ ଟିମ୍ ;
ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ମହମୁଦୁଲ ହସନ ଜୟ, ଜାକିର ହସନ, ଶାଦମାନ ଇସଲାମ, ମୋମିନୁଲ ହକ, ମୁଶାଫିକୁର ରହିମ, ଶାକିବ ଅଲ ହସନ, ଲିଟନ କୁମାର ଦାସ, ମେହଦୀ ହସନ ମିରାଜ, ତେଜୁଲ ଇସଲାମ, ନଇମ ହସନ, ନାହିଦ ରାଣା, ଶେରଫୁଲ ଇସଲାମ, ହସନ ମହମୁଦ, ତସ୍କିନ ଅହମଦ ଏବଂ ସୈୟଦ ଖାଲିଦ ଅହମଦ ।