ବାଂଲାଦେଶ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ଗୋଟିଏ ଇନିଂସରେ ୧୦ ଓ୍ଵିକେଟ ନେଇଥିବା ଏଜାଜ ପଟେଲ ଦଳରୁ ବିଦା

ମୁମ୍ବାଇ: ଗୋଟିଏ ଇନିଂସରେ ୧୦ ଓ୍ଵିକେଟ ନେଇଥିବା ଏଜାଜ ପଟେଲ ଦଳରୁ ବାହାର । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ତେବେ ଏହି ଟିମରେ ମୁମ୍ବାଇ ଟେଷ୍ଟର ଗୋଟିଏ ଇନିଂସରେ ୧୦ଟି ଓ୍ଵିକେଟ ନେଇ ଇତିହାସ ରଚିଥିବା ଏଜାଜ ପଟେଲଙ୍କୁ ସ୍ଥାନ ମିଳିନାହିଁ ।

ନ୍ୟୁଜିଲାଣ୍ଡର ସ୍ଥିତିକୁ ଧ୍ୟାନରେ ରଖି ଏଜାଜ୍‌ ପଟେଲଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚୟନ କରାଯାଇନାହିଁ । କେନ୍‌ ଓ୍ଵିଲିୟମସନଙ୍କୁ ବି ଦଳରେ ସାମିଲ କରାଯାଇନାହିଁ । ଆହତ କାରଣରୁ ଓ୍ଵିଲିୟମସନଙ୍କୁ ସ୍ଥାନ ମିଳିନାହିଁ । ଓ୍ଵିଲିୟମସିନଙ୍କ ସ୍ଥାନରେ ଟମ୍‌ ଲାଥମ ଓପନିଂ କରିବେ ।

ଏହାସହ ପ୍ରଥମ ଥର ଟମ୍‌ ଲାଥମ୍‌ ପୂରା ଟେଷ୍ଟ ସିରିଜର ନେତୃତ୍ୱ ନେବେ । ମୁମ୍ବାଇରେ ଖେଳାଯାଇଥିବା ଶେଷ ଟେଷ୍ଟରେ ବି ଦଳରେ ଅଧିନାୟକ ଥିଲେ ଲୈଥମ୍‌ । ଜାନୁଆରୀ ୧ରୁ ଦୁଇଟିକିଆ ଟେଷ୍ଟ ସିରିଜ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.