ବାଂଲାଦେଶ ପୂର୍ବତନ କ୍ରିକେଟ ଅଧିନାୟକଙ୍କ ଘର ଜାଳିଲେ ବିକ୍ଷୋଭକାରୀ, ଜାଣନ୍ତୁ କାହିଁକି

ବାଂଲାଦେଶ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରଦର୍ଶନକାରୀ ରାଜରାସ୍ତାରେ ବିକ୍ଷୋଭ କରି ପୋଡାଜଳା କରୁଛନ୍ତି । ବିରୋଧ ପ୍ରଦର୍ଶନ ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି । ତେବେ ବାଂଲାଦେଶ ହିଂସାର ଶିକାର ହୋଇଛନ୍ତି କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମଶରଫେ ମୁର୍ତାଜା । ପ୍ରଦର୍ଶନକାରୀ ତାଙ୍କ ଘରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଦେଇଛନ୍ତି ।

ବାଂଲାଦେଶ ସ୍ଥିତି ଏବେ କାହାକୁ ଅଛପା ନାହିଁ । ରାଜରାସ୍ତାକୁ ବିକ୍ଷୋଭକାରୀ ଓହ୍ଲାଇ ଭଙ୍ଗାରୁଜା, ଲୁଟ୍‌, ନିଆଁ ଲଗାଉଛନ୍ତି । ଏହି ହିଂସା ଏବେ ପୂର୍ବତନ କ୍ରିକେଟର ଘରେ ପହଞ୍ଚିଛି । ହିଂସାର ଶିକାର ହୋଇଛନ୍ତି ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମୁଶରଫେ ବିନ ମୁର୍ତାଜା । ପ୍ରଦର୍ଶନକାରୀ ତାଙ୍କ ଘରେ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଛନ୍ତି ।

ସୋସିଆଲ ମିଡିଆରେ ବାଂଲାଦେଶରେ ଚାଲିଥିବା ହିଂସାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ପୂର୍ବତନ ଅଧିନାୟକ ମଶରଫେ ମୁର୍ତାଜା ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଘରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ତାଙ୍କ ଘର ବାହାରେ ବହୁତ ସଂଖ୍ୟାରେ ପ୍ରଦର୍ଶନକାରୀ ନଜର ଆସିଛନ୍ତି ।

ତେବେ ଏହି ଘର ବର୍ତ୍ତମାନର ଅଧିନାୟକ ଲିଟନ ଦାସଙ୍କ ଘର ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହା ପୂର୍ବତନ ଅଧିନାୟକ ଘର ବୋଲି ପରେ ଜଣାପଡିଛି ।

ବାଂଲାଦେଶର ପୂର୍ବତନ ଅଧିନାୟକ ଦୀର୍ଘ ସମୟ ଧରି ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ଅବାମୀ ଲିଗ ସହିତ ଜଡିତ । ୨୦୧୮ରେ ମୁର୍ତାଜା ହସିନାଙ୍କ ପାର୍ଟିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପାର୍ଟି ତାଙ୍କୁ ଟିକେଟ ଦେଇଥିଲା । ସେ ନରେଲ-୨ ସିଟରୁ ସାଂସଦ ଭାବେ ନିର୍ବାଚତି ହୋଇଥିଲେ । ପ୍ରଦର୍ଶନକାରୀ ମୁର୍ତାଜାଙ୍କ ଘରେ ନିଆଁ ଲଗାଇ ଭଙ୍ଗାରୁଜା କରିଛନ୍ତି ।

ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା । ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି । ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.