ମୁହଁରୁ ଖାଇବା ଛଡାଇବା ଭଳି ଜିମ୍ବାୱେ ଠାରୁ ବିଜୟ ଛଡାଇ ଆଣିଲା ବାଂଲାଦେଶ, ନୋ ବଲ୍‌ର ଫାଇଦା ଉଠାଇପାରିଲାନି ଜିମ୍ବାୱେ

ଆଜିର ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ସୁପର ୧୨ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସହ ଲଢ଼ି ମାତ୍ର ୩ ରନରେ ପରାସ୍ତ ହୋଇଛି ଜିମ୍ବାୱେ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ କରିଥିଲା ବାଂଲାଦେଶ। ଜବାବରେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୪୭ ରନ୍ କରିପାରିଛି। ଶେଷ ବଲରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଡ୍ରାମା । ଶେଷ ବଲରେ ଜିତିବା ପାଇଁ ଜିମ୍ବାୱେ ପାଇଁ ୫ ରନ୍‌ ଦରକାର ଥିଲା। ହେଲେ ଶେଷ ବଲ୍‌ ନୋ ବଲ୍‌ ପଡିଥିଲା। ଜିମ୍ବାୱେ ଟିମ୍‌ ଏହି ନୋ ବଲ୍‌ର ଫାଇଦା ଉଠାଇପାରିନଥିଲା। ମାତ୍ର ୩ ରନରେ ଜିତିଥିଲା ବାଂଲାଦେଶ ।

ରୋମାଞ୍ଚକ ମ୍ୟାଚରେ ଶେଷ ବଲରେ ଜିମ୍ବାୱେକୁ ଜିତିବା ପାଇଁ ୫ ରନର ଆବଶ୍ୟକତା ଥିଲା। ବୋଲିଂ କରୁଥିଲେ ମୋସାଡେକ ହୋସେନ। ଶେଷ ବଲରେ ମୁଜରାବାନୀ ସଟ ମାରିବାକୁ ଚେଷ୍ଟା କରିଥିଲେ ବି ମାତ୍ର ସିଙ୍ଗଲ ରନ୍ ହୋଇଥିଲା। ଏହାପରେ ବାଂଲାଦେଶ ବିଜୟୀ ବୋଲି ଭାବି ସମସ୍ତେ ପଡ଼ିଆ ଛାଡ଼ିଦେଇଥିଲେ। ହେଲେ ଠିକ୍‌ ସମୟରେ ଶେଷ ବଲ୍କୁ ନୋ ବଲ୍ କହିଥିଲେ ଅମ୍ପାୟାର। ଫଳରେ ଜିମ୍ବାୱେକୁ ଏକ ରନ ମିଳିବା ସହ ମ୍ୟାଚ୍ ଜିତିବାକୁ ଆଉ ଏକ ସୁଯୋଗ ମିଳିଯାଇଥିଲା। ହେଲେ ସୁଯୋଗର ଫାଇଦା ଉଠାଇ ପାରିଲାନି ଜିମ୍ବାୱେ। ଫଳରେ ବାଂଲାଦେଶ ଠାରୁ ୩ ରନରେ ପରାସ୍ତ ହେଲେ ଦଳ।

scoreboadr

ବାଂଲାଦେଶ ପକ୍ଷରୁ ତସ୍କିନ ଅହମଦ ସର୍ବାଧିକ ୩ଟି ୱେକେଟ୍ ନେଇଥିବା ବେଳେ ମୋସାଡେକ ହୁସେନ ଓ ମୁସ୍ତଫିଜୁର ରେହମାନ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

ଜିମ୍ବାୱେ ପକ୍ଷରୁ ନାଗରଭା, ମୁଜାରବାନୀ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରାଜା ଓ ସିଲ ୱିଲିୟମ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଅନ୍ୟପଟେ ଚତରା, ବ୍ରାଡ୍ ଇଭାନ୍ସ ଓ ମାଧିବୀରଙ୍କୁ କୌଣସି ୱିକେଟ୍ ମିଳି ନଥିଲା।

Leave A Reply

Your email address will not be published.