ବିଜୟ ସହ ବିଦାୟ : ଇଡେନ ଗାର୍ଡନ୍ସରେ ଶେଷ ମ୍ୟାଚ୍‌ ଖେଳିଲେ ଓଡ଼ିଶା ରଣଜୀ ଦଳର ବୋଲର ବସନ୍ତ ମହାନ୍ତି

ଭୁବନେଶ୍ବର (କେନ୍ୟୁଜ୍‌) : ସେପଟେ ସାନିଆ ମିର୍ଜା ତାଙ୍କ ଟେନ୍‌ିସ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଆଉ ଏପଟେ ଓଡ଼ିଶା କ୍ରିକେଟ୍‌କୁ ଦୀର୍ଘ ୨୦ ବର୍ଷ ଧରି ସେବା ଯୋଗାଇ ଆସିଥିବା ପେସ୍‌ ବୋଲର ବସନ୍ତ ମହାନ୍ତି ଅବସର ନେଇଛନ୍ତି । ହୁଏତ ଓଡ଼ିଶା ଦଳ ଜାତୀୟ ସ୍ତରରେ ଏତେ ଭଲ ପ୍ରଦର୍ଶନ କରୁନଥିବାରୁ ବସନ୍ତଙ୍କୁ ଆମ ରାଜ୍ୟରେ ହୁଏତ ବିଶେଷ ଭାବେ କେହି ଜାଣି ନାହାନ୍ତି କିନ୍ତୁ କ୍ରିକେଟ୍‌ ଖେଳକୁ ଅନୁସରଣ କରୁଥିବା ତଥା ଓଡ଼ିଶା ରଣଜୀ ଦଳ ସମ୍ପର୍କରେ ଜ୍ଞାନ ରଖିଥିବା ବ୍ୟକ୍ତିମାନେ ତାଙ୍କର ଅବଦାନକୁ ଭୁଲିବେ ନାହିଁ । ଯିଏ ରାଜ୍ୟର ଦ୍ୱିତୀୟ ବୋଲର ଭାବେ ୪୦୦ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ଗତ ବୁଧବାର ଦିନ ଓଡ଼ିଶା ବୋଲିଂ କରିବାକୁ ପଡ଼ିଆକୁ ଯିବା ସମୟରେ ଓଡ଼ିଶା ଓ ବେଙ୍ଗଲର ଖେଳାଳିମାନେ ଦୁଇପଟରେ ଛିଡ଼ା ହୋଇ ବସନ୍ତଙ୍କୁ ଶେଷ ମ୍ୟାଚ୍ ପାଇଁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ନିକଟରେ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ବେଳେ ବସନ୍ତ ୪୦୦ ୱିକେଟ୍ ଦଖଲ କରିଥିଲେ। ୪୦୦ ୱିକେଟ୍ ନେବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌୍‌ରୁ ଅବସର ନେବା ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ।

ଖାଲି ସେତିକି ନୁହେଁ, ବସନ୍ତଙ୍କ ବିଦାୟୀ ମ୍ୟାଚ୍‌ରେ ଓଡ଼ିଶା ଆଜି ବେଙ୍ଗଲକୁ ହରାଇ ବିଜୟ ହାସଲ କରିଛି । ଯାହା ବସନ୍ତଙ୍କ ପାଇଁ ଏକ ବଡ଼ ଉପହାର ହୋଇଛି । ଗ୍ରୁପ୍‌ ‘ଏ’ରେ ସୁନୀଲ ରାଉଲ ୬ଟି ଓ୍ଵିକେଟ୍‌ ନେବା ଫଳରେ ଓଡ଼ିଶା ଦଳ ବେଙ୍ଗଲକୁ ୭ ଓ୍ଵିକେଟ୍‌ରେ ହରାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.