୧୩ବର୍ଷର ଝିଅ ସହିତ ବର୍ଷିଆନ ବାସ୍କେଟ୍ ବଲ୍ ଖେଳାଳି କୋବେ ବ୍ରାୟଣ୍ଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ

କେନ୍ୟୁଜ୍: ବର୍ଷିଆନ ବାସ୍କେଟ୍ ବଲ୍ ଖେଳାଳି କୋବେ ବ୍ରାୟଣ୍ଟଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । କୋବେ ବ୍ରାୟଣ୍ଟ ବାସ୍କେଟ୍ ବଲ୍ ଦୁନିଆର ଏକ ମହାନ୍ ଖେଳାଳି ଭାବେ ବେଶ୍ ଜଣାଶୁଣା । ବ୍ରାୟଣ୍ଟଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ଭିତରେ ଗଭୀର ଶୋକର ବାତାବରଣ ଖେଳିଯାଇଛି ।

kode 1ସେ ଯେଉଁ ହେଲିକପ୍ଟରରେ ଯାତ୍ରା କରୁଥିଲେ ତାହା କ୍ରାସ୍ ହୋଇଯାଇଥିଲା । ଫଳରେ ସାରା ଦିନ ପାଇଁ ୪୧ବର୍ଷିୟ କୋବେ ବ୍ରାୟଣ୍ଟଙ୍କ ସହିତ ଅନ୍ୟ ୪ଜଣ ଆଖି ବୁଜିଛନ୍ତି । ସୂଚନା ମିଳୁଛି କି ତାଙ୍କ ସହିତ ତାଙ୍କର ୧୩ବର୍ଷର ଝିଅ ମଧ୍ୟ ଯାତ୍ରା କରୁଥିଲେ । କୋବେ ବ୍ରାୟଣ୍ଟ ନିଜର ୨୦ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ନିଜ ନାରେ କରିଛନ୍ତି ।

 ସେ ନ୍ୟାସନାଲ ବାସ୍କେଟ୍ ବଲ୍ ଆସୋସିଏସନ୍ ପକ୍ଷରୁ ଖେଳୁଥିଲେ ଏବଂ ୫ଥର ଚାମ୍ପିଅନସିପ୍ ନିଜ ନାରେ କରିଛନ୍ତି । ୧୮ଥର ତାଙ୍କୁ ଅଲ୍ ଷ୍ଟାର ନାମିତ ମଧ୍ୟ କରାଯାଇଛି । ୨୦୧୬ରେ ଏନବିଏ ର ୩ୟ ସବୁଠାରୁ ବଡ ଅଲ୍ ଟାଇମ୍ ସ୍କୋରର ଭାବେ ସେ ଅବସର ନେଇଥିଲେ। କୋବେ ବ୍ରାୟଣ୍ଟ ୨୦୦୮ ଏବଂ ୨୦୧୨ରେ ଅଲମ୍ପିକରେ ୟୁଏସଏ ଟିମ୍ ପାଇଁ ଦୁଇଟି ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି । ତାଙ୍କ ନିଧନରେ ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟପତି ବାରାକ୍ ଓବାମାଙ୍କ ସହିତ ଖେଳ ଜଗତର ବହୁ ଖେଳାଳି ଗଭୀର ଶୋକ ପ୍ରକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.