ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଟିମ୍କୁ ଦେଲା ୧୨୫ କୋଟି
ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା କରିଛି ବିସିସିଆଇ । ବିସିସିଆଇ ଭାରତୀୟଟିମ୍ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ବିଜୟୀ ଟିମ୍ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି BCCI ସମ୍ପାଦକ ଜୟ ଶାହ । ଭାରତ ଦ୍ୱିତୀୟ ଥର ପାଇଁ T-20 ବିଶ୍ୱକପ୍ ଜିତିଛି । ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ବିଶ୍ୱ ବିଜେତା ହୋଇଛି ଭାରତ।
ବିସିସିଆଇ ସଚିବ ଜୟ ଶାହ Xରେ ଲେଖିଛନ୍ତି, ଭାରତୀୟ ଟିମ୍ ପୂରା ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ସମସ୍ତ ଖେଳାଳି, କୋଚ ଓ ଷ୍ଟାଫଙ୍କୁ ଅନେକ ଅନେକ ଅଭିନନ୍ଦନ । ଟିମ୍ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରି ମୁଁ ବହୁତ ଖୁସି ।
ବିସିସିଆଇ ସଚିବ ଜୟ ଶାହ ଟି୨୦ ବିଶ୍ୱକପରେ ଭାରତ ଏତିହାସିକ ଟାଇଟଲ ହାସଲ କରି ଅସାଧାରଣ ପ୍ରଦର୍ଶନରେ ସମସ୍ତ ଆଲୋଚକଙ୍କୁ ଚୁପ୍ କରିଦେଇଛନ୍ତି । ରୋହିତ ଶର୍ମାଙ୍କ ଅସାଧାରଣ ନେତୃତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରିଛି । ଆଇସିସି ଟି୨୦ ବିଶ୍ୱକପ ୨୦୨୪ରେ ଗୋଟିଏ ମାତ୍ର ମ୍ୟାଚ ନ ହାରି ଟିମ୍ ଟାଇଟଲ ହାହସଲ କରିଛି । ସମାଲୋଚନା କରୁଥିବା ଲୋକଙ୍କୁ ଖାତିର ନ କରି ଟିମ୍ ବଢିଆ ପ୍ରଦର୍ଶନ କରି ଚୁପ୍ କରିଦେଇଛି ।
ଭାରତୀୟ ଟିମ୍ ଉପରେ ଆଇସିସି ତରଫରୁ ୨୦.୪ କୋଟି ପୁରସ୍କାର ରାଶି ପ୍ରଦାନ କରିଛି । କିନ୍ତୁ ବିସିସିଆଇ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛି ।
ଶନିବାର ଖେଳାଯାଇଥିଲା ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ କରିଥିଲା । ସାଉଥ ଆଫ୍ରିକାକୁ ଶେଷ ଓଭରରେ ୧୬ ରନ୍ ଦରକାର ଥିଲା । କିନ୍ତୁ ହାର୍ଦ୍ଦିକଙ୍କ ବୋଲିଂରେ ସାଉଥ ଆଫ୍ରିକା ଧରାଶାୟୀ ହୋଇଥିଲା । ପାଣ୍ଡ୍ୟା ଶେଷ ଓଭରରେ ଡେଭିଡ ମିଲରଙ୍କ ଓ୍ଵିକେଟ ଯିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ମ୍ୟାଚକୁ ବଦଳାଇ ଦେଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୧୬୯ ରନ କରିଥିଲା । ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ ଛଡାଇ ଆଣିଥିଲା । ବିରାଟ କୋହଲିଙ୍କୁ ଫାଇନାଲ ମ୍ୟାଚ ପରେ ପ୍ଲେୟାର ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ପ୍ଲେୟାର ଅଫ ଦ ସିରିଜ ଆଓ୍ଵାର୍ଡ ମିଳିଥିଲା ।