ଭାରତୀୟ ଟିମର ଆଗାମୀ ଘରୋଇ ୨୦୨୪-୨୫ ପାଇଁ ଅପଡେଟ ସିଡ୍ୟୁଲ ଘୋଷଣା କରିଛି ବିସିସିଆଇ । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ ଅକ୍ଟୋବର ୬ରେ ଧର୍ମଶାଳାରେ ହେବାକୁ ଥିଲା । ଏବେ ଏହି ମ୍ୟାଚ ଗ୍ଵାଲିଅରରେ ହେବ । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ଡ୍ରେସିଂ ରୁମର ଅପଗ୍ରେଡେସନ କାମ ଚାଲିଛି । ଯେଉଁଥି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଟେଷ୍ଟ ସିରିଜ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଭାରତୀୟ ଟିମ୍ ଆଗାମୀ ମାସ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜର ଆୟୋଜନ ଭାରତରେ କରାଯିବ । ଦୁଇଟି ମ୍ୟାଚର ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଚେନ୍ନାଇରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ ୨୭ ସେପ୍ଟେମ୍ବରରେ କାନପୁରରେ ଖେଳାଯିବ । ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଅଧିନରେ ଖେଳାଯିବ । ଏହାପରେ ଭାରତୀୟ ଟିମ ଟି୨୦ ସିରିଜ ଖେଳିବ । ପ୍ରଥମ ଟି୨୦ ମ୍ୟାଚ ୬ ଅକ୍ଟୋବରରେ ଗ୍ଵାଲିଅର, ଦ୍ୱିତୀୟ ଟି୨୦ ମ୍ୟାଚ ୯ ଅକ୍ଟୋବରରେ ଦିଲ୍ଲୀ, ତୃତୀୟ ଟି୨୦ ମ୍ୟାଚ ୧୨ ଅକ୍ଟୋବରରେ ହାଇଦ୍ରାବାଦରେ ଖେଳାଯିବ ।
ବିସିସିଆଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଟି୨୦ ମ୍ୟାଚ ସ୍ଥାନ ପରିବର୍ତ୍ତନ କରାଯାଇଛି । ପ୍ରଥମ ଟି୨୦ ମ୍ୟାଚ ୨୨ ଜାନୁଆରୀ ୨୦୨୫ରେ ଚେନ୍ନାଇରେ ଖେଳାଯିବ । ଦ୍ୱିତୀୟ ଟି୨୦ ମ୍ୟାଚ ଜାନୁଆରୀ ୨୫ରେ କୋଲକତାରେ ହେବ । ତୃତୀୟ ଟି୨୦ ମ୍ୟାଚ ୨୮ ଜାନୁଆରୀ, ଚତୁର୍ଥ ଟି୨୦ ମ୍ୟାଚ ୩୧ ଏବଂ ପଞ୍ଚମ ଟି୨୦ ମ୍ୟାଚ ୨ ଫେବୃଆରୀରେ ଖେଳାଯିବ । ଏହାପରେ ଦିନିକିଆ ସିରିଜ ଖେଳାଯିବ ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଖେଳସୂଚୀ ଏପର୍ଯ୍ୟନ୍ତ ଆସିନାହିଁ । ପ୍ରଥମ ଦିନିକିଆ ନାଗପୁରରେ ୬ ଫେବୃଆରୀ ୨୦୨୫ରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ୯ ଫେବୃଆରୀ କଟକରେ ଖେଳାଯିବ । ତୃତୀୟ ଦିନିକିଆ ଅହମଦାବାଦରେ ୧୨ ଫେବୃଆରୀରେ ଖେଳାଯିବ । ଏଥିପାଇଁ ଟିମର ଘୋଷଣା କିଛି ସପ୍ତାହ ପରେ ହେବ ।