ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ଅଧିନାୟକ ଦାୟିତ୍ୱରେ ଶୁବମନ ଗିଲ୍‌

ଭାରତୀୟ ଟିମ୍‌ ବର୍ତ୍ତମାନ ଟି୨୦ ବିଶ୍ୱକପ ୨୦୨୪ ୱେଷ୍ଟଇଣ୍ଡିଜରେ ଖେଳୁଛି । ଏହା ମଧ୍ୟରେ ବିସିସିଆଇ ଜିମ୍ବାୱେ ବିପକ୍ଷରେ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି । ଏହି ସିରିଜ ପାଇଁ ବିସିସିଆଇ ଚୟନ କମିଟି ସଂପୂର୍ଣ୍ଣ ଭାବେ ଯୁବ ଟିମ୍‌କୁ ଚୟନ କରିଛି । ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମର ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କୁ ଚୟନ କରାଯାଇଛି ।

ଗିଲ୍‌ ପ୍ରଥମ ଥର କୌଣସି ସିରିଜରେ ଭାରତୀୟ ଟିମ ପାଇଁ ଅଧିନାୟକତ୍ୱ କରିବେ । ସେହିପରି ଅନେକ ଟିମ୍‌ ଏମିତି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ରେ ସାମିଲ ହୋଇଛନ୍ତି । ସେହିପରି ଉପ ଅଧିନାୟକ ଦାୟିତ୍ୱରେ ସଂଜୁ ସାମସନ ରହିଛନ୍ତି । ଟିମରେ ନୂଆ ଯୁବପିଢିଙ୍କୁ ସ୍ଥାନ ମିଳିଛି । ରିୟାନ, ନୀତିଶ କୁମାର, ଖଲିଲ ଅହମଦ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଟିମରେ ଖେଳିବେ ।

ପ୍ରଥମ ଟି୨୦ ମ୍ୟାଚ ଜୁଲାଇ ୬ ତାରିଖ, ଦ୍ୱିତୀୟ ୭, ତୃତୀୟ ୧୦, ଚତୁର୍ଥ ୧୩ ଏବଂ ୫ମ ଟି୨୦ ମ୍ୟାଚ ୧୪ ଜୁଲାଇରେ ହେବ ।

ଜିମ୍ବାୱେ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ : ଶୁବମନ ଗିଲ୍‌ (ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଂଜୁ ସାମସନ(ଓ୍ଵିକେଟ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ କିପର), ନୀତିଶ କୁମାର ରେଡ୍ଡୀ, ରିୟାନ ପରାଗ, ଓ୍ଵାଂଶିଟନ ସୁନ୍ଦର, ରବି ବିଷ୍ନୋଇ, ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।