ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ, ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ, ଫେରିଲେ ଶ୍ରେୟସ ଏବଂ ଈଶାନ

ବିସିସିଆଇ ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଛି । ତେବେ ଗତବର୍ଷ ବିଦା ହୋଇଥିବା ଶ୍ରେୟସ ଆୟର ଏବଂ ଈଶାନ କିଶନ ପୁଣି ବାର୍ଷିକ ଚୁକ୍ତିକୁ ଫେରିଛନ୍ତି ଶ୍ରେୟସ । ଶ୍ରେୟସ ଗ୍ରେଡ ବିରେ ସାମିଲ ହୋଇଥିବା ବେଳେ ଗ୍ରେଡ ସିରେ ସାମିଲ ହୋଇଛନ୍ତି ଈଶାନ କିଶନ ।
ଗ୍ରେଡ ଏ+ ରେ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା ରହିଛନ୍ତି । ସେହିପରି ଗ୍ରେଡ ଏ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁବମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରିଷଭ ପନ୍ତ।
ସେହିପରି ଗ୍ରେଡ ବି ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସୱାଲ ଏବଂ ଶ୍ରେୟସ ଆୟର ରହିଛନ୍ତି ।
🚨 𝗡𝗘𝗪𝗦 🚨
BCCI announces annual player retainership 2024-25 – Team India (Senior Men)#TeamIndia
Details 🔽https://t.co/lMjl2Ici3P pic.twitter.com/CsJHaLSeho
— BCCI (@BCCI) April 21, 2025
ଗ୍ରେଡ ସିରେ ରିଙ୍କୁ ସିଂ, ତିଲକ ବର୍ମା, ଋତୁରାତ ଗାୟକୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଂଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଈଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।
Also Read : ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଉଛି BCCI, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଗଛ ଲଗାଗଲାଣି