ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା: ସିନିଅରଙ୍କୁ ବିଶ୍ରାମ, ମୟଙ୍କ ଯାଦବଙ୍କ ଏଣ୍ଟ୍ରି, ଈଶାନ ଆଉଟ୍
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି । ଅକ୍ଟୋବର ୬ରୁ ଗ୍ୱାଲିୟରରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ସୂର୍ଯ୍ୟ କୁମାର ଯାଦବ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ସ୍ଥାନ ମିଳିଛି । ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଟିମରେ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।
ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ରିଷଭ ପନ୍ତ ଓ ଯଶସ୍ୱୀ ଜୟସୱାଲ, ବୁମରାଙ୍କ ଭଳି ଖେଳାଳି ଟିମରେ ନାହାନ୍ତି । ଏମାନେ ଏବେ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଥିବା ବେଳେ ଟି୨୦ ବାଦ୍ ଦିଆଯାଇଛି । ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି । ସେହିପରି ସ୍ପିନର ବରୁଣ ଚକ୍ରର୍ବତ୍ତୀଙ୍କୁ ଟିମରେ ସୁଯୋଗ ମିଳିଛି । ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ୟୁଜି ଚହଲଙ୍କ ବଦଳରେ ସାମିଲ କରାଯାଇଥିଲା । କିନ୍ତୁ ଫିଟନେସ ଯୋଗୁ ତାଙ୍କୁ ଭାରତୀୟ ଟିମରୁ ବାହାରେ ରହିବାକୁ ପଡ଼ିଥିଲା ।
NEWS 🚨 – #TeamIndia’s squad for T20I series against Bangladesh announced.
More details here – https://t.co/7OJdTgkU5q #INDvBAN @IDFCFIRSTBank pic.twitter.com/DOyz5XGMs5
— BCCI (@BCCI) September 28, 2024
ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଗ୍ୱାଲିଅରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟଟି ଦିଲ୍ଲୀରେ ୯ ତାରିଖରେ ଓ ଶେଷ ମ୍ୟାଚ୍ ହାଇଦ୍ରାବାଦ ୧୨ ତାରିଖରେ ଅନୁଷ୍ଠିତ ହେବ ।
ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ମୟଙ୍କ ଯାଦବ ।