ଅଣ୍ଡର-୧୯ ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, ଜାଣନ୍ତୁ କିଏ ନେବେ ଦାୟିତ୍ୱ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଚଳିତମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଣ୍ଡର-୧୯ ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କରିଛି। ଏହି ଟିମରେ ୨୦ ଜଣ ସଦସ୍ୟ ରହିଛନ୍ତି। ବୋର୍ଡ ଏହା ସହିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଆରମ୍ଭ ହେବାକୁ ଥିବା କ୍ୟାମ୍ପ ପାଇଁ ୨୫ ଜଣ ସଦସ୍ୟଙ୍କ ଟିମ୍‌ ମଧ୍ୟ ଘୋଷଣା କରିଛି। ଯେଉଁମାନେ ୧୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶିବିରରେ ଭାଗ ନେବେ। ଏସିଆ କପ୍‌ର ଆରମ୍ଭ ୟୁଏଇରେ ୨୩ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ୍‌ ବାଙ୍ଗାଲୋରର ଏନସିଏରେ ଭାଗ ନେବ।

ଅଣ୍ଡର-୧୯ ଏସିଆ କପ୍‌ ପାଇଁ ଦିଲ୍ଲୀର ଦିଲ୍ଲୀ ବ୍ୟାଟସମ୍ୟାନ ୟଶ ଧୁଲ ଅଧିନାୟକ ହେବେ। ଏହା ସହିତ ଟିମରେ ଦୁଇଟି ଓ୍ଵିକେଟ କିପରଙ୍କୁ ସ୍ଥାନ ମିଳିଛି। ଦିନେଶ ବନା ଏବଂ ଆରାଧ୍ୟ ଯାଦବ ଓ୍ଵିକେଟକିପିଂ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ ଦୁବାଇ ସହିତ ୨୩ ଡିସେମ୍ବରକୁ କରିବ। ଏହା ପରେ ୨୫ ଡିସେମ୍ବରକୁ ଭାରତ ପାକିସ୍ତାନ ସହିତ ଭେଟ ହେବ।

ଭାରତର ମ୍ୟାଚ:

ଡିସେମ୍ବର ୨୩: ଭାରତ ବନାମ ୟୁଏଇ

ଡିସେମ୍ବର ୨୫: ଭାରତ ବନାମ ପାକିସ୍ତାନ

ଡିସେମ୍ବର ୨୭: ଭାରତ ବନାମ ଆଫଗାନିସ୍ତାନ

ଲିଗ୍‌ ମ୍ୟାଚର ପ୍ରଥମ ସେମିଫାଇନାଲ: ୩୦ ଡିସେମ୍ବର

ଦ୍ୱିତୀୟ ସେମିଫାଇନାଲ: ୩୦ ଡିସେମ୍ବର

ଫାଇନାଲ: ୧ ଜାନୁଆରୀ ୨୦୨୨

ଭାରତୀୟ ଅଣ୍ଡର-୧୯ ଟିମ୍‌: ୟଶ ଧୁଲ(ଅଧିନାୟକ), ହରନୁର ସିଂହ ପନ୍ନୁ, ଅଗ୍ରିଶ ରଘୁବଂଶୀ, ଅଂଶ ଗୋସାଇ, ଏସକେ ରାସିଦ, ଅନ୍ନେଶ୍ୱର ଗୌତମ, ସିଦ୍ଧାର୍ଥ ଯାଦବ, କୌଶଲ ତାମ୍ବେ, ନିଶାନ୍ତ ସିନ୍ଧୁ, ଦିନେ ବନା(ଓ୍ଵିକେଟକିପର), ଆରାଧ୍ୟ ଯାଦବ(ଓ୍ଵିକେଟ କିପର), ରାଜନଗଦ ବାବା, ରାଜବର୍ଦ୍ଧନ ହନଗାରଗେକର, ଗର୍ବ ସାଙ୍ଗବାନ, ରବି କୁମାର, ରିଶିତ ରେଡ୍ଡୀ, ମାନବ ପାରଖ, ଅମୃତ ରାଜ ଉପାଧ୍ୟାୟ, ବିକିଓସଓ୍ଵାଲ, ବାସ ବୃତ୍ସ।

ଷ୍ଟାଣ୍ଡବାଏ ଖେଳାଳି: ଆୟୁଷ ସିଂ ଠାକୁର, ଉଦୟ ଶରଣ, ଶାଶ୍ୱତ ଡଙ୍ଗଓ୍ଵାଲ, ଧନୁଷ ଗୌଡା, ପିଏମ୍‌ ସିଂ ରାଠୋର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.