ଅହମଦାବାଦ ଟିମକୁ ବିସିସିଆଇର ମଞ୍ଜୁରୀ, ଏହି ପ୍ଲେୟାର ହୋଇପାରେ କ୍ୟାପ୍ଟେନ

ଅନେକ ବାଦ ବିବାଦ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଦମଦାବାଦ ଟିମକୁ ମଞ୍ଜୁରୀ ଦେଇଛି । ସୋମବାର ଅହମଦାବାଦକୁ ଚିଠି କରିଛି । ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ବଡ ଅପଡେଟ ସାମନାକୁ ଆସୁଛି । ଭାରତୀୟ କଣ୍ଟ୍ରୋଲ ବୋର୍ଡ ତମାମ ବିବାଦ ମଧ୍ୟରେ ଅହମଦାବାଦ ଟିମକୁ ମଞ୍ଜୁରି ଦେଇଛି । ଚଳିତଥର ଆଇପିଏଲରେ ୨ନୂଆଁ ଟିମ ଯୋଡି ହେବେ । ଯେଉଁଥିରେ ଲକ୍ଷ୍ନୌ ଏବଂ ଅହଦାମଦାବାଦ ସାମିଲ ରହିଛି । ଲକ୍ଷ୍ନୌ ସହିତ କୌଣସି ସମସ୍ୟା ନାହିଁ । କିନ୍ତୁ ଅହମଦାବାଦ ଟିମକୁ କିଣିବା ପାଇଁ ସିବିସି ଗ୍ରୁପର ଅକ୍ସନ ଲଗାଉଥିବା କମ୍ପାନୀ ସହ ସମ୍ବନ୍ଧ ଥିବା କଥା ସାମନାକୁ ଆସିଥିଲା । ଯାହାପରେ ବିସିସିଆଇ ଏକ କମିଟି ଗଠନ କରିଥିଲେ । ଯିଏ ନିଜ ରିପୋର୍ଟ ଦେଇସାରିଛି ।

କୁହାଯାଉଛି କି ମୁମ୍ବାଇ ଇଣ୍ଡିଆନରୁ ମୁକ୍ତ କରାଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅହମଦାବାଦ ଟିମର କ୍ୟାପ୍ଟେନସିପ ମିଳିପାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଫର୍ମ ପାଇଁ ଭାରତୀୟ ଟିମରୁ ବାହାରକୁ ଯାଉଛନ୍ତି ଏବଂ ନିଜ ଫିଟନେସ ଉପରେ କାମ କରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବରୁ ଶ୍ରେୟସ ଅୟରଙ୍କୁ ମଧ୍ୟ ଅହମଦାବାଦର କ୍ୟାପ୍ଟେନ ବନାଇବାର ଅଟକଳ କରାଯାଉଥିଲା । ଯଦିଓ ଏପର୍ଯ୍ୟନ୍ତ କୌଣସି କନଫରମେସନ ଆସିନାହିଁ ।

ଯେତେବେଳେ କି ପୂର୍ବତନ କ୍ରିକେଟର ଆଶୀଷ ନେହେରା ଟିମର ମୁଖ୍ୟ କୋଚ ହୋଇପାରନ୍ତି ବୋଲି କୁହାଯାଉଛି । ଭାରତକୁ ୨୦୧୧ରେ ୱାଲ୍ଡକପ ଜିତେଇଥିବା ଗୁରୁ ଭାବରେ ଗ୍ୟାରୀ କିର୍ଷ୍ଟେନ ଅହମଦାବାଦ ସହ ଯୋଡି ହୋଇପାରନ୍ତି । ଅହମଦାବାଦକୁ ଛାଡି ଯଦି ଲକ୍ଷ୍ନୋ କଥା କହିବା ଲକ୍ଷ୍ନୌ ପ୍ରଥମରୁ ହିଁ ନିଜ ମେଣ୍ଟର ବାଛିସାରିଛି । ଯେତେବେଳେ କି ଏଣ୍ଡି ଫ୍ଲାୱାର ମୁଖ୍ୟ କୋଚ ଭାବରେ ରହିଛନ୍ତି । ପଞ୍ଜାବ ଟିମକୁ ଛାଡି କେଏଲ ରାହୁଲ ଲକ୍ଷ୍ନୋ ଟିମର କ୍ୟାପ୍ଟେନ ବନିପାରନ୍ତି ବୋଲି ଆକଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.