ବୈଭବ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ, ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବିସିସିଆଇର ଖାସ୍ ନିର୍ଦ୍ଦେଶ

IPL 2026ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପ୍ରଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଆଉ ଏହାର ପରିଣାମ ସ୍ବରୂପ ଟିମ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବିସିସିଆଇ ତରଫରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମିଳିଛି । ବିସିସିଆଇ ସଚିବ ଦେବଜିତ ସାଇକିଆ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସମର୍ଥନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।

ଏକ ସାକ୍ଷାତକାରରେ, ସାଇକିଆ କହିଛନ୍ତି, ବୈଭବ ଜଣେ ଭିନ୍ନ ପ୍ରତିଭା । ସେ ଭାରତୀୟ କ୍ରିକେଟର ବିସ୍ମୟ ବାଳକ । ଆଗାମୀ ସମୟରେ ଆହୁରି ଅଧିକ ଭଲ ଖେଳିବେ । ବୈଭବଙ୍କ ସ୍ୱାର୍ଥ ପାଇଁ ଯାହା ସର୍ବୋତ୍ତମ ଏବଂ ସର୍ବାଧିକ ଲାଭଦାୟକ ବୋଲି ବିବେଚିତ ହେବ ତାହା କରିବାକୁ ଚୟନ କମିଟି ପ୍ରତିବଦ୍ଧ ।

ଟିମ୍ ଇଣ୍ଡିଆର ଆଗାମୀ ସିରିଜ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ହେବ । ଜୁନ୍ ଏବଂ ଜୁଲାଇରେ ହେବାକୁ ଥିବା ଏହି ଗସ୍ତ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏଥିରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି ।

ଦେବଜିତ ସାଇକିଆ କହିଛନ୍ତି ଯେ, ବୈଭବଙ୍କ ପ୍ରଦର୍ଶନରେ ଆମେ ସମସ୍ତେ ଖୁସି । ସେ ଭାରତୀୟ କ୍ରିକେଟର ବିସ୍ମୟ ବାଳକ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆଗାମୀ ସମୟରେ ସେ ସାରା ବିଶ୍ୱକୁ ଝଡ଼ରେ ପକାଇବେ।
ସାଇକିଆ ଆହୁରି ମଧ୍ୟ କହିଛନ୍ତି ଯେ ଟିମ୍ ଇଣ୍ଡିଆର ସମସ୍ତ ଚୟନକର୍ତ୍ତା ୨୦୨୬ ଆଇପିଏଲ ସିଜିନ୍ ସମୟରେ ଉପସ୍ଥିତ ଥିଲେ; ସେମାନେ ମ୍ୟାଚ୍ ଗୁଡ଼ିକୁ ନିକଟରୁ ଦେଖିଥିଲେ। ବୈଭବ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଦେଖି ମୁଁ ଆଶା କରୁଛି ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଦଳ ଚୟନ କରାଯିବା ସମୟରେ ଚୟନକର୍ତ୍ତା ବୈଭବଙ୍କ ପ୍ରଦର୍ଶନ ପ୍ରତି ଧ୍ୟାନ ଦେବେ ।

ନିକଟରେ ସଚିନ ତେନ୍ଦୁଲକର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା କରିଥିଲେ । କେବଳ ସଚିନ ନୁହେଁ, ବୈଭବଙ୍କ ପ୍ରଶଂସା ଅନେକ କ୍ରିକେଟର କରିଛନ୍ତି । ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଅଜୟ ଜାଡେଜା, ବୀରେନ୍ଦ୍ର ସେହ୍ବାଗ, ଇରଫାନ ପଠାନ, ହରଭଜନ ସିଂ ପ୍ରମୁଖ ବୈଭବଙ୍କୁ ପ୍ରଶଂସା କରିଛନ୍ତି ।

Also Read : ଆଇପିଏଲ୍ ୨୦୨୬ ପୁରସ୍କାର ରାଶି, ଜାଣନ୍ତୁ କାହାକୁ କେତେ ମିଳିଲା