ବିସିସିଆଇର କଡା ନିୟମ, ଏଣିକି କୌଣସି କ୍ରିକେଟର ପରିବାରକୁ ନେଇ ମ୍ୟାଚ ଖେଳିବାକୁ ଯାଇ ପାରିବେ ନାହିଁ

ଏବେ ଭାରତୀୟ କ୍ରିକେଟର କୌଣସି ସିରିଜ ଖେଳିବାକୁ ବିଦେଶ ଗସ୍ତ କଲେ ପରିବାରକୁ ସାଙ୍ଗରେ ନେଇ ଯିବେ?  ଏଣିକି କୋଚ ରବି ସାସ୍ତ୍ରୀ ଓ ବିରାଟଙ୍କ ଅନୁମତି ଲୋଡିବାକୁ ପଡିବ କାରଣ  ବିସିସିଆଇ ନିୟମରେ ହୋଇଛି ଏକ ବିରାଟ ପରିବର୍ତ୍ତନ। ଏବେ କୌଣସି କ୍ରିକେଟର ସିରିଜ ଖେଳିବାକୁ ବିଦେଶ ଗସ୍ତ କଲେ ପରିବାରକୁ ସାଙ୍ଗରେ ନେଇ ଯାଇପାରିବେ ନାହିଁ। କାରଣ ବିସିସିଆଇର  ନିୟମକୁ ଉଲଂଘନ କରି କିଛି ଖେଳାଳି ପରିବାରକୁ ନେଇ ସିରିଜ ଆରମ୍ଭରୁ ବିଦେଶ ଗସ୍ତ କରିଥିଲେ। ସେମାନଙ୍କ ପାଇଁ  ବିସିସିଆଇ ପକ୍ଷରୁ ଖେଳାଳିଙ୍କ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା। ଯାହା  ଦ୍ବାରା ବିସିସିଆଇକୁ ଅନେକ ଖର୍ଚ୍ଚ ସହିବାକୁ ପଡୁଥିଲା।

ଆହୁରି ପଢନ୍ତୁ: ୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଆଉ ଯବାନ ବର୍ଦ୍ଦିରେ ୭୨ ଗ୍ରାମବାସୀ: ସ୍ବତନ୍ତ୍ର କାଉଡ଼ି ଯାତ୍ରାରେ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କିଛି ଦିନ ତଳେ ସରିଥିବା  ବିଶ୍ବ କପ ମ୍ୟାଚ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥିଲା। ସେହି ସମୟରେ  ବିସିସିଆଇ ପ୍ରତ୍ୟେକ କ୍ରିକେଟରଙ୍କ ପରିବାରକୁ ୧୫ ଦିନ ପାଇଁ ସାଙ୍ଗରେ ରହିବାକୁ ଅନୁମତି ଦେଇଥିଲା। କିନ୍ତୁ ରୋହିତ ଶର୍ମା ୱାର୍ଲଡ କପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜ ସ୍ତ୍ରୀ ଓ ନବଜାତ ଶିଶୁ ସହିତ ରହିଥିଲେ। ରୋହିତ ଏମିତି ସେତେବେଳେ କରିଥିଲେ ଯେତେବେଳେ ବିସିସିଆଇ ତାଙ୍କର ପରିବାର ସହ ରହିବା ପାଇଁ ଅନୁମତିକୁ ଅଗ୍ରାହ୍ୟ କରିଥିଲା। ଏହି ମାମଲା ପ୍ରମାଣ କରୁଛି ଯେ ଏହା ରୋହିତଙ୍କ ଅନୁଶାସନହୀନତାର ପରିଚୟ, କିନ୍ତୁ ନିର୍ଦ୍ଧାରିତ ଦିନ ଠାରୁ ଅଧିକ ନିଜ ସହିତ ପରିବାରକୁ ରଖିବା ନେଇ ନା କ୍ୟାପ୍ଟେନଙ୍କ ଠାରୁ ନା କୋଚଙ୍କ ଠାରୁ  ଅନୁମତି ନେଇଥିଲେ । ତେଣୁ  ସେବେଠାରୁ ଏହି ମାମଲା ଗଡବଡ ହୋଇଥିଲା।

ଆହୁରି ପଢନ୍ତୁ: କୋଲକାତା ମେଟ୍ରୋ : ଭାରତରେ ପ୍ରଥମ ଥର ପାଣି ଭିତରେ ଚାଲିବ ଟ୍ରେନ

ଏହାକୁ ନେଇ ଅନୁଷ୍କା ଶର୍ମା ସହିତ ଅନ୍ୟ ଖେଳାଳୀଙ୍କ ପରିବାର ଓ ଖେଳାଳି ମଧ୍ୟ ଆପତ୍ତି ଜାହିର କରି କହିଥିଲେ ଖେଳାଳି ମାନଙ୍କ ଉପରେ ବିସିସିଆଇ ଏତେ ନିର୍ଦ୍ଦୟ କାହିକିଁ। ନିୟମ ତ ସମସ୍ତଙ୍କ ପାଇଁ ସମାନ ହୋଇଥାଏ  ଓ  ଅନୁଷ୍କା ଶର୍ମାଙ୍କ ଏହି ବିରୋଧ ରୋହିତ ଓ ତାଙ୍କ ପରିବାରକୁ ଅଭିମାନ କରିଦେଇଥିଲା। କିନ୍ତୁ ଏଥିରେ ବିସିସିଆଇର ବ୍ୟବହାରକୁ ନିଶ୍ଚିତ ଅଣାଯାଇଛି ଓ ଏବେ ବିସିସିଆଇ ୱେଷ୍ଟ ଇଣ୍ଡିଜ୍ ଖେଳ ପାଇଁ ଫ୍ୟାମିଲ କ୍ଲଜ ନିୟମରେ  ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁସାରେ ଯେ କୌଣସି ଖେଳାଳି ବିଦେଶ ଗସ୍ତରେ ଖେଳିବାକୁ ଯିବା ବେଳେ ଯଦି ପରିବାରକୁ ସାଙ୍ଗରେ ନେବକେୁ ଚାହୁଁଥାନ୍ତି ତେବେ ସେମାନେ କୋଚ କିମ୍ବା  କ୍ୟାପ୍ଟେନଙ୍କ ଅନୁମତି ଲୋଡିବ। ଏହାର ଅଥର୍ ହେଉଛି ଏବେ ରୋହିତ ଶର୍ମା  କିମ୍ବା  ଅନ୍ୟ କୌଣସି ଖେଳାଳିଙ୍କୁ ନିଜ ପରିବାରକୁ କେତେ ଦିନ ସାଥିରେ ରଖିବେ ତାହାକୁ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କଠାରୁ ଅନୁମତି ନେବାକୁ ପଡିବ। ବିସିସିଆଇ ଏବେ ଫ୍ୟମିଲ କ୍ଲଜକୁ ପରିବର୍ତ୍ତନ କରି ଏହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ବିରାଟ କୋହଲି ଓ ରବି ଶସ୍ତ୍ରୀଙ୍କ  ହାତରେ ଛାଡିଛି। ଏବେ ଏହାର ପ୍ରଭାବ ୱେଷ୍ଟ ଇଣ୍ଡିଜ ଉପରେ କିଛି ପଡୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.