ଟି୨୦ ବିଶ୍ବକପ ଜିତିଥିବା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ସ୍ବତନ୍ତ୍ର ଉପହାର ଦେଲା ବିସିସିଆଇ, ଚିରଦିନ ପାଇଁ ହୋଇ ରହିବ ସ୍ମରଣୀୟ

ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଟି୨୦ ବିଶ୍ବକପ ଜିତିଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ବିନା କୌଣସି ମ୍ୟାଚ୍ ହାରି ଟାଇଟଲ ହାସଲ କରିଥିଲା । ଟି୨୦ ବିଶ୍ବକପ ଜିତିବା ପରେ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଏକ ଖାସ୍ ମୁଦି ଦେଇଥିଲା ।

ଗତ ମାସ ଫେବୃଆରୀ ୨୫ରେ ଟିମ୍ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ଟି୨୦ ବିଶ୍ବକପ ଜିତିବା ନେଇ ୬୦ ଗ୍ରାମର ୧୮ କ୍ୟାରେଟ ହୀରା ମୁଦି ଦେଇଥିଲା ବିସିସିଆଇ । ଏଥିରେ ଖେଳାଳିଙ୍କ ନାମ ଏବଂ ଜର୍ସି ନମ୍ବର ଲେଖାଯାଇଥିଲା । ଏହାଛଡା ମୁଦିରେ ଟିମ୍ ଟି୨୦ ବିଶ୍ବକପରେ କେଉଁ ଟିମକୁ କେତେ ରନ୍ କିମ୍ବା ୱିକେଟରେ ହରାଇଥିଲା, ତାହା ମଧ୍ୟ ଲେଖାଯାଇଥିଲା । ଯାହା ଖେଳାଳିଙ୍କୁ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ଏହି ମୁଦିରେ ଟିମ୍ ଇଣ୍ଡିଆ କେଉଁ ଟିମକୁ କେତେ ରନ ଏବଂ କେତେ ୱିକେଟରେ ହରାଇଥିଲା, ତାହା ଲେଖାଯାଇଛି । ଆଫଗାନିସ୍ତାନକୁ ୪୭ ରନ୍, ବାଂଲାଦେଶକୁ ୫୦ ରନ୍, ଅଷ୍ଟ୍ରେଲିଆକୁ ୨୪ ରନ୍, ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନ ଏବଂ ଫାଇନାଲରେ ସାଉଥ ଆଫ୍ରିକାକୁ ୭ ୱିକେଟରେ ହରାଇ ଟି୨୦ ବିଶ୍ବ ଚାମ୍ପିଅନ ହୋଇଥିଲା ।

ସୂଚନାଯୋଗ୍ୟ, ଟିମ ଇଣ୍ଡିଆ ଦ୍ବିତୀୟ ଥର ପାଇଁ ଟି୨୦ ବିଶ୍ବକପ ଜିତିଛି । ପ୍ରଥମେ ୨୦୦୭ରେ ଧୋନିଙ୍କ ଅଧିନାୟକତ୍ବରେ ପାକିସ୍ତାନକୁ ହରାଇ ଟି୨୦ ବିଶ୍ବକପ ଜିତିଥିବା ବେଳେ ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟି୨୦ ବିଶ୍ବକପ ଜିତିଛି ଟିମ୍ ଇଣ୍ଡିଆ ।

ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ କମାଲ୍ ପ୍ରଦର୍ଶନ କରିଥିଲା । ଟୁର୍ଣ୍ଣାମେଣ୍ଟରେ ଗୋଟେ ବି ମ୍ୟାଚ ହାରିନଥିଲା । ଫାଇନାଲ ସହିତ ମୋଟ ୫ଟି ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଥିଲା । ଏହାପରେ ପାକିସ୍ତାନକୁ ମଧ୍ୟ ୬ ୱିକେଟରେ ହରାଇବା ପରେ ନ୍ୟୁଜିଲାଣ୍ଡ ୪୪ ରନରେ ହରାଇଥିଲା । ଗ୍ରୁପ ଷ୍ଟେଜରେ ସମସ୍ତ ମ୍ୟାଚ ଜିତିବା ପରେ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଥିଲା । ସେହିଭଳି ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା ।

Also Read : ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଟିମ୍ ଇଣ୍ଡିଆକୁ ଦେଲା ୫୮ କୋଟି